ପାଟନା: ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଗୁରୁବାର ଭାରତ ୧୩-୦ ବୃହତ ଗୋଲ ବ୍ୟବଧାନରେ ଥାଇଲାଣ୍ଡକୁ ପରାସ୍ତ କରିଛି । ୨୧ ବର୍ଷୀୟା ଦୀପିକା ୫ଟି ଗୋଲ ସ୍କୋର କରିଥିଲେ । ଲାଲରେମାସିୟାମି କ୍ୟାରିୟରର ୧୫୦ତମ ମ୍ୟାଚ ଖେଳିଛନ୍ତି । ପ୍ରଥମ କ୍ୱାର୍ଟରରେ ଦୀପିକା, ପ୍ରୀତି ଦୁବେ ଓ ଲାଲରେମାସିୟାମି ୩ଟି ଗୋଲ ସ୍କୋର କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ପ୍ରଦର୍ଶନ ଜାରୀ ରଖିଥିଲେ ।
ଦୀପିକା, ବ୍ୟୁଟି ଡୁଙ୍ଗ ଡୁଙ୍ଗ ଆଉ ୨ଟି ଗୋଲ ଦେବା ଯୋଗୁ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୫-୦ରେ ଅଗ୍ରଣୀ ରହିଥିଲା । ତୃତୀୟ କ୍ୱାର୍ଟରରେ ପ୍ରୀତିି, ଦୀପିକା ୨ଟି ଲେଖାଏଁ ଗୋଲ ସ୍କୋର କରି ୯-୦ରେ ଆଗୁଆ ରହିଥିଲା । ଚତୁର୍ଥ କ୍ୱାର୍ଟରରେ ନବନୀତ କୌର, ମନୀଷା ଚୌହ୍ୱାନ ଓ ଲାଲରେମାସିୟାମି ଆଉ ୪ଟି ଗୋଲ ଦେଇ ଭାରତକୁ ୧୩-୦ରେ ଜିତାଇଥିଲେ । ନଭେମ୍ବର ୧୬ରେ ଭାରତ ତାର ପରବର୍ତୀ ମୁକାବିଲାରେ ଚୀନକୁ ଭେଟିବ ।