Latest Odisha News

BREAKING NEWS

ହନୁମାନ ଚାଳିଶା ପାଇଁ ହିନ୍ଦୁଙ୍କୁ ଛୁଟି ଦିଆଯିବା ଉଚିତ୍: ହିମନ୍ତ ବିଶ୍ବଶର୍ମା

ରାଞ୍ଚି: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ସମସ୍ତ ଦଳ ପକ୍ଷରୁ ରାଲି ଏବଂ ରୋଡ୍ ଶୋ ମଧ୍ୟ କରାଯାଉଛି।

ଝାଡଖଣ୍ଡର ଏକ ସାଧାରଣ ସଭାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ପ୍ରଶ୍ନ କରିଛନ୍ତି ଯେ ଯଦି ନମାଜ ପଢିବା ପାଇଁ ଶୁକ୍ରବାର ଦିନ ସ୍କୁଲ ବନ୍ଦ ହୋଇପାରିବ ତେବେ ହନୁମାନ ଚାଲିଶା ପଢିବା ପାଇଁ ମଙ୍ଗଳବାର ଦିନ ସ୍କୁଲ ବନ୍ଦ ହୋଇପାରିବ ନାହିଁ କାହିଁକି?

ହିମନ୍ତ ବିଶ୍ବଶର୍ମା ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ଲେଖିଛନ୍ତି, ‘ମୁଁ ଜେଏମଏମ-କଂଗ୍ରେସ ସରକାରଙ୍କୁ ପଚାରିବାକୁ ଚାହେଁ- ଯଦି ନମାଜ ପଢିବା ପାଇଁ ଛୁଟି ମିଳିପାରିବ ତେବେ ହନୁମାନ ଚାଲିଶା ପାଠ କରିବା ପାଇଁ କାହିଁକି ଛୁଟି ମିଳିପାରିବ ନାହିଁ?’

Comments are closed.