Latest Odisha News

BREAKING NEWS

ଜୁନିୟର ଏସିଆ କପ ହକି: ଭାରତୀୟ ଦଳରେ ୩ ଓଡିଆ

ଭୁବନେଶ୍ୱର: ଜୁନିୟର ପୁରୁଷ ଏସିଆ କପ ହକି ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ମସ୍କାଟରେ ନଭେମ୍ବର ୨୬ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ୧୬ଜଣିଆ ଘୋଷିତ ଦଳରେ ୩ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅନମୋଲ ଏକ୍କା, ରୋଶନ କୁଜୁର ଓ ମୁକେଶ ଟପ୍ପୋ । ଅମୀର ଅଲିଙ୍କୁ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି । ପୁଲ ଏରେ ଭାରତ ସହ ଚାଇନିଜ ତାଇପେ, ଜାପାନ, କୋରିଆ ଓ ଥାଇଲାଣ୍ଡ ରହିଥିବା ବେଳେ ପୁଲ ବିରେ ବାଂଲାଦେଶ, ମାଲେସିଆ, ଚୀନ, ଓମାନ ଓ ପାକିସ୍ତାନ ରହିଛନ୍ତି । ଗତ ସଂସ୍କରଣରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଭାରତ ଟାଇଟଲ ହାସଲ କରିଥିଲା ।

ଘୋଷିତ ଦଳ: ଅମୀର ଅଲି(ଅଧିନାୟକ), ଟାଲେମ ପ୍ରିୟବ୍ରତ, ଶ୍ରଦ୍ଧାନନ୍ଦ ତିୱାରୀ, ଯୋଗେମ୍ବର ରାୱତ, ଅନମୋଲ ଏକ୍କା, ରୋହିତ, ଅଙ୍କିତ ପଲ, ମନମୀତ ସିଂ, ରୋଶନ କୁଜୁର, ମୁକେଶ ଟପ୍ପୋ, ଥୋକଚାମ କିଙ୍ଗସନ ସିଂ, ଗୁରଜତ ସିଂ, ସୌରଭ ଆନନ୍ଦ କୁଶୱାହ, ଦିଲରାଜ ସିଂ, ଅର୍ଶଦୀପ ସିଂ, ଅର୍ଜିତ ସିଂ ହୁଣ୍ଡଲ ।

Comments are closed.