ରାୟଗଡ଼ା: ନିଜର ନବଜାତ ଶିଶୁ କନ୍ୟାକୁ ବିକ୍ର କଲା ଜନ୍ମକଲା ମାଆ । ୨୦ ହଜାର ଟଙ୍କା ମୂଲ୍ୟରେ ଶିଶୁ କନ୍ୟାଟିକୁ ବିକ୍ରି କରିଥିବା ସୂଚନା ରହିଛି । ଏଭଳି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ । ତେବେ ଅର୍ଥାଭାବ ଯୋଗୁ ମାଆ ତାର ନବଜାତ ଶିଶୁକୁ ବିକ୍ରି କରିଥିବା କୁହାଯାଉଛି ।
ମିଳିଥିବା ଖବର ମୁତାବକ, ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ରୁହନ୍ତି । ତାଙ୍କର ପୂର୍ବରୁ ଆଉ ଏକ କନ୍ୟା ସନ୍ତାନ ରହିଛି । ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ଯାହା ରୋଜଗାର କରନ୍ତି ସେଥିରେ ତିନି ପ୍ରାଣୀ ଚଳିବା କାଠିକର ପାଠ ହୋଇଯାଉଛି ।
ତେଣୁ ସେ ତାଙ୍କର ନବଜାତ ଶିଶୁ କନ୍ୟାଟିକୁ ଜଣେ ବୁଲା ବିକାଳି କୁ ଦେଇଦେଇଥିବା କହିଛନ୍ତି ଉଭୟ ବାପା ଓ ମାଆ ।
ଏହି ଘଟଣା ନେଇ ଖବର ପାଇବା ପରେ ସିଡବ୍ଲୁସି ର ଏକ ଟିମ୍ ତଦନ୍ତ ଆରମ୍ଭ କରିଥିବା ବେଳେ ସୋମବାର ବିକ୍ରି ହୋଇଥିବା ଶିଶୁକନ୍ୟାକୁ ଆଣି ସିଡବ୍ଲୁସିକୁ ହସ୍ତାନ୍ତର କରିବା ପାଇଁ କୁହାଯାଇଛି ।