Latest Odisha News

BREAKING NEWS

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ

ସୁବର୍ଣ୍ଣପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗର ଚଢ଼ାଉ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ସୋନପୁରସ୍ଥିତ ଭଡାଘରେ ଓ କାର୍ଯ୍ୟଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି।

ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ରେଡ। ରେଡରେ ସୋନପୁର ଭିଜିଲାନ୍ସ ବିଭାଗର ଅଧିକାରୀ ସମେତ ଏସପି, ୩ ଡିଏସପି, ୭ ଇନସପେକ୍ଚର ଏବଂ ଅନ୍ୟାନ୍ୟ ଷ୍ଟାଫ୍ ସାମିଲ ଥିବା ସୂଚନା ମିଳିଛି। ବଲାଙ୍ଗୀରରେ ଥିବା ଘର, ସୁବର୍ଣ୍ଣପୁର ଅଫିସ, ପୈତୃକ ଘର ବରଗଡ, ଭୁବନେଶ୍ୱର, ସୁବର୍ଣ୍ଣପୁର ଟାଉନ, ବଲାଙ୍ଗୀରରେ ଥିବା ସମ୍ପର୍କୀୟଙ୍କ ଘର, ଭୁବବନେଶ୍ୱରରେ ଥିବା ଭଡା ଘର, ବରଗଡରେ ଥିବା ଭଡା ଘରେ ଏକକାଳୀନ ଭିଜିଲାନ୍ସ ଚଢାଉ କରିଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ। ତେବେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଉଭୟ ସ୍ଥାନରେ ତନାଘନା ଜାରି ରଖିଥିବା ସୂଚନା ରହିଛି।

Comments are closed.