Latest Odisha News

ଏସବୁ ରାଜ୍ୟରେ ଟ୍ୟାକ୍ସ ଫ୍ରି ହେଲା ‘ଦ ସାବରମତି ରିପୋର୍ଟ’

ନୂଆଦିଲ୍ଲୀ: ଅଭିନେତା ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ନିକଟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଗୋଧ୍ରା ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମଟିକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯାହାପରେ ଚଳଚ୍ଚିତ୍ରକୁ ବିଭିନ୍ନ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି।

ଗୁଜୁରାଟର ଗୋଧ୍ରା ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ସାବରମତି ରିପୋର୍ଟ’କୁ ଛତିଶଗଡରେ ଟିକସମୁକ୍ତ କରାଯାଇଛି।

ଯାହା ଫଳରେ ରାଜ୍ୟ ରାଜନୀତି ସରଗରମ ହୋଇ ପଡିଛି। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଫିଲ୍ମକୁ ଟ୍ୟାକ୍ସ ମୁକ୍ତ କରିବାକୁ ଘୋଷଣା କରିଛନ୍ତି। କଂଗ୍ରେସ ମୁଖପାତ୍ର ସୁଶୀଲ ଆନନ୍ଦ ଶୁକ୍ଲା କହିଛନ୍ତି ଯେ ଫିଲ୍ମରୁ ସତ୍ୟ ଲୁଚାଯାଇପାରିବ ନାହିଁ। ଗୋଧ୍ରା ଘଟଣା ପଛରେ କିଏ ଅଛନ୍ତି ତାହା ସମଗ୍ର ଦେଶ ଜାଣେ।

ସେହିପରି ମଙ୍ଗଳବାର ଦିନ ହରିୟାଣା ମୁଖ୍ୟମନ୍ତ୍ରୀ ମଧ୍ଯ ଫିଲ୍ମ ‘ସାବରମତି ରିପୋର୍ଟ’କୁ ଟ୍ୟାକ୍ସମୁକ୍ତ କରିବାକୁ ଘୋଷଣା କରିଛନ୍ତି। ସେ ଏହି ଚଳଚ୍ଚିତ୍ରର ପ୍ରଶଂସା କରି କହିଛନ୍ତି ଯେ ଏହି ଫିଲ୍ମ ସମସ୍ତଙ୍କ ସାମ୍ନାରେ ସତ୍ୟକୁ ପ୍ରକାଶ କରିଛି।

ଅପରପକ୍ଷେ ରାଜସ୍ଥାନ ସରକାର ମଧ୍ଯ ଏହାକୁ ଟିକସମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଫିଲ୍ମକୁ ଟ୍ୟାକ୍ସ ମୁକ୍ତ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସୂଚନା ଦେଇଛନ୍ତି।

ତେବେ ନଭେମ୍ବର ୧୫ରେ ମୁକ୍ତିଲାଭ କରିଥିଲା ‘ଦ ସାବରମତି ରିପୋର୍ଟ’। ଏହି ଫିଲ୍ମରେ ବିକ୍ରାନ୍ତ ମେସି ଲିଡ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟରେ ରିଧି ଡୋଗରା ଓ ରାଶି ଖନ୍ନା ମୁଖ୍ୟ ନାୟିକା ରୋଲ ପ୍ଲେ କରିଛନ୍ତି। ଧୀରଜ ସରନା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏକତା କପୁର ଏହାର ପ୍ରଡକ୍ସନ ଦାୟିତ୍ୱ ସମ୍ଭାଳିଛନ୍ତି।

 

 

Leave A Reply

Your email address will not be published.