ଭୁବନେଶ୍ୱର: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଆଜି ମିଳିବ ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ୨.୬୭ ହିତଧିକାରୀଙ୍କର ଯାଞ୍ଚ ଶେଷ ହୋଇଛି। ତେବେ ଯାଞ୍ଚ ପରେ ୨୨ ପ୍ରତିଶତ ଆବଦନକାରୀଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି।
ଆଜି ଆସିବ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା। ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ୨୫ ପ୍ରତିଶତ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା। ତେବେ ଆବେଦନ କରି ବିଭିନ୍ନ କାରଣରୁ ବାଦ ପଡ଼ିଥିବା୨ ଲକ୍ଷ ୬୭ ହଜାର ହିତାଧିକାରୀ ଏଥର ସୁଭଦ୍ରା ପାଇବେ । ବାଦ ପଡ଼ିଥିବା ହିତାଧିକାରୀଙ୍କ ବାବଦରେ ରିପୋର୍ଟ ଆସିବା ପରେ ପ୍ରାୟ ୨୫ ପ୍ରତିଶତ ସଂଶୋଧନ କରାଯାଇଛି ।
ସେମାନେ ତୃତୀୟ ପର୍ଯ୍ୟାୟରେ ଶୁଭଦ୍ରା ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହାଛଡା ସୁଭଦ୍ରା ଯୋଜନାରେ ୫ ଲକ୍ଷ ଆକାଉଣ୍ଟ ମିସ ମ୍ୟାଚ ହୋଇଥିଲା । ଯାହାର ସମାଧାନ ବର୍ତମାନ ସୁଦ୍ଧା ହୋଇପାରି ନାହିଁ । ତେଣୁ ୫ ଲକ୍ଷ ଆବେଦନକାରୀ ଚଳିତଥର ଟଙ୍କା ମିଳିନ ନାହିଁ । ସେମାନଙ୍କୁ ଡିସେମ୍ୱର ମାସରେ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
Comments are closed.