Latest Odisha News

BREAKING NEWS

ବାପାଙ୍କ ଟ୍ରାକ୍ଟର ତଳେ ଚାଲିଗଲା ୪ ବର୍ଷର ପୁଅ ଜୀବନ

ବୌଦ୍ଧ: ବୌଦ୍ଧ ଥାନା ନାରାୟଣନଗର ଗାଁରେ ଘଟିଛି ବଡ ଅଘଟଣ। ବାପାଙ୍କ ଟ୍ରାକ୍ଟର ତଳେ ଚାଲିଗଲା ୪ ବର୍ଷର ଶିଶୁ ଜୀବନ। ଏହିପାରି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ନାରାୟଣନଗର ଗାଁରେ। ମୃତ ଶିଶୁଟିର ନାଁ ଆହ୍ୱାନ କର୍ଣ୍ଣ ଏବଂ ତାକୁ ୪ ବର୍ଷ ହୋଇଥିଲା।

ଅନୀଲ କର୍ଣ୍ଣ ପେଶାରେ ଡ୍ରାଇଭର। ସେ ତାଙ୍କ ନିଜ ଟ୍ରାକ୍ଟର ଚଲାନ୍ତି। ଆଜି ଘର ପାଖରେ ତାଙ୍କ ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ହଠାତ୍ ତାଙ୍କ ପୁଅ ଆହ୍ୱାନ ଦୌଡ଼ି ଆସିଥିଲା। ତେବେ ପୁଅକୁ ଦେଖିପାରି ନଥିଲେ ଅନିଲ। ସେ ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ଚକା ତଳେ ପଡ଼ି ଚାପି ହୋଇଯାଇଥିଲା ଆହ୍ବାନ।

ପୁଅର କାନ୍ଦ ଶୁଣି ଟ୍ରାକ୍ଟରରେ ବ୍ରେକ୍ ଦେଇ ତଳକୁ ଓହ୍ଲାଇ ଆସିଥିଲେ ଅନୀଲ କର୍ଣ୍ଣ। କିନ୍ତୁ ସେତେବେଳକୁ ରକ୍ତା ଜୁଡୁ ବୁଡୁ  ହୋଇ ପଡ଼ିଥିଲା କୁନି ପୁଅ ଆହ୍ବାନ। ସଙ୍ଗେ ସଙ୍ଗେ ତାକୁ ବୌଦ୍ଧ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।  ତେବେ ଏହି ଘଟଣାର ପୋଲିସ  ତଦନ୍ତ କରୁଥିବାବେଳେ ଏହା ଅସାବଧାନତା କାରଣରୁ ହୋଇଥିବା ଜଣାଯାଇଛି। ଆହ୍ଵାନର ମୃତ୍ୟୁରେ ପରିବାର ଭାଙ୍ଗି ପଡିଥିବା ବେଳେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Comments are closed.