Latest Odisha News

ଏଠାରେ ଚୁକ୍ତି କଲେ ମିଳିଥାଏ ପତ୍ନୀ

ନୂଆଦିଲ୍ଲୀ: ବିବାହ ଏକ ସାଂସ୍କୃତିକ ପ୍ରଥା । ଭାରତରେ ଏହାକୁ ବହୁତ ସମ୍ମାନ ପ୍ରଦାନ କରାଯାଇଥାଏ । ତେବେ ଅନେକ ସ୍ଥାନରେ ବିବାହ ଏକ ଖେଳ ପାଲଟି ଯାଇଛି । କେଉଁଠି ଯୌନ କେଳାଙ୍କାରୀର ରୂପ ଏବଂ କେଉଁଠାରେ ବ୍ୟବସାୟର ଏକ ମାଧ୍ୟମ ପାଲଟି ଯାଇଛି । ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଥାଇଲାଣ୍ଡରେ ଅସ୍ଥାୟୀ ରୂପରେ ପତ୍ନୀ ମିିଳିଥାଏ । ଏଥିପାଇଁ ଆପଣଙ୍କୁ ଚୁକ୍ତି କରିବାକୁ ପଡିବ । ଅର୍ଥ ବଦଳରେ ଏହି ଏକପ୍ରକାର ଭଡାର ପତ୍ନୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଥାନ୍ତି ।

ପତ୍ନୀ ପରି ଘର କାମ ଏବଂ ଖାଦ୍ୟ ମଧ୍ୟ ରାନ୍ଧିଥାନ୍ତି । ଏବେ ଏହାର ପ୍ରଚଳନ ବଢ଼ିବାରେ ଲାଗିଛି । ଏ ଭଳି ପତ୍ନୀଙ୍କୁ ଏଠାରେ ବ୍ଲାକ ପର୍ଲ କୁହାଯାଇଥାଏ । ଏହି ବିବାହିତ ମହିଳା ବିଶେଷ କରି ଗରୀବ ଘରୁ ଆସିଥାନ୍ତି । ଏବେ ଏହା ଏକ ଉଦ୍ୟୋଗରେ ପରିଣତ ହୋଇଗଲାଣି । ବିଦେଶୀ ପର୍ଯ୍ୟଟକଙ୍କ ପତ୍ନୀ ହେବା ଯୋଗୁ ସେମାନେ ମୋଟା ଅଙ୍କର ଅର୍ଥ ମଧ୍ୟ ପାଉଛନ୍ତି ଯାହା ତାଙ୍କୁ ଚଳିବାରେ ସାହାଯ୍ୟ କରିଥାଏ । ପରିବାର ଲୋକମାନେ ମଧ୍ୟ ଏ ନେଇ ଏହି ମହିଳାମାନଙ୍କୁ ସାହାଯ୍ୟ କରିଥାଏ । ପୂର୍ବରୁ ବାର ଏବଂ ନାଇଟ କ୍ଲବରେ କାମ କରୁଥିବା ମହିଳାମାନେ ମଧ୍ୟ ଏହାକୁ ଆପଣାଇ ନେଇଛନ୍ତି ।

କିଛି ଭଡାର ପତ୍ନୀ ପର୍ଯ୍ୟଟକଙ୍କ ମନ ଜିଣିବାରେ ସଫଳ ହୋଇ ସ୍ଥାୟୀ ପତ୍ନୀ ହୋଇ ଯାଆନ୍ତି । ଚୁକ୍ତି ଉପରେ ଏହି ପତ୍ନୀ କେତେଦିନ ପର୍ଯ୍ୟଟକଙ୍କ ସହିତ ରହିବ ତାହା ସ୍ଥିର ହୋଇଥାଏ । ସେତିକି ଦିନ ସମ୍ପୃକ୍ତ ପର୍ଯ୍ୟଟକ ଉକ୍ତ ମହିଳାଙ୍କ ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି । ଏଥିନେଇ ଥାଇଲାଣ୍ଡରେ କୌଣସି ସ୍ଥାୟୀ ଆଇନ ଲାଗୁ କରାଯାଇ ନାହିଁ । ଏହା କିଛି ମାତ୍ରାରେ ମାନ୍ୟତାପ୍ରାପ୍ତ ବେଶ୍ୟାବୃତି କହିଲେ ଭୁଲ ହେବନି । ବ୍ୟସ୍ତବହୂଳ ଦୁନିଆରେ ସାଥୀ ଖୋଜିବା କଷ୍ଟକର ହେଉଥିବା ପୁରୁଷଙ୍କୁ ହୁଏତ ଏହା ଭଲ ଲାଗି ପାରୁଥାଏ.. ମାତ୍ର ସ୍ଥାୟୀ, ସ୍ଥିର ଏବଂ ମାନ୍ୟତାକୁ ବିଚାରକୁ ନେଲେ ପତ୍ନୀ ସ୍ଥାନ କେହି ନେଇପାରିବେ ନାହିଁ ।

Comments are closed.