ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ରାଗିଂ ଅଭିଯୋଗ ଖବର ସାମ୍ନାକୁ ଆସିଛି । ଏମକେସିଜିରେ କିଛି ସିନିୟର୍ ଛାତ୍ର ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି । ସେମାନଙ୍କ କାମ ନକଲେ ବିଭିନ୍ନ ପ୍ରକାରର ଧମକ ଦେଉଛନ୍ତି ।
ଏନେଇ ଏମକେସିଜି ଆଣ୍ଟି ରାଗିଂ ସେଲ୍ରେ ଜଣାଇଛନ୍ତି ଜୁନିୟର୍ ଛାତ୍ର । ରାଗିଂ କରୁଥିବା ୪ ଜଣ ସିନିୟର ଛାତ୍ରଙ୍କ ନାମ ମଧ୍ୟ ସେ ଆଣ୍ଟି ରାଗିଂ ସେଲକୁ ଜଣାଇଛନ୍ତି । ସେ କହିଛନ୍ତି ଯେ, କେତେଜଣ ସିନିୟର ଛାତ୍ର ପ୍ରଥମ ବର୍ଷ ଏମବିବିଏସ୍ ହଷ୍ଟେଲକୁ ଆସି ଜୁନିୟର ଛାତ୍ରଙ୍କୁ ନିଜ ବ୍ୟକ୍ତିଗତ କାମ କରିବାକୁ ବାଧ୍ୟ କରୁଛନ୍ତି । ନ କଲେ ବିଭିନ୍ନ ଧମକ ଦେଉଥିବା ଅଭିଯୋଗ ହୋଇଛି ।
ଘଟଣାର ତଦନ୍ତ ପାଇଁ ଆଜି ଅପରାହ୍ନରେ ଆଣ୍ଟି ରାଗିଂ ସେଲ୍ର ବୈଠକ ବସିବାନେଇ ସୂଚନା ରହିଛି ।
ଏହାର କିଛି ଦିନ ପୂର୍ବରୁ ମଧ୍ୟ ଏମକେସିଜିରେ ଏଭଳି କିଛି ଘଟଣା ଘଟିଥିଲା । ଯେଉଁଥିପାଇଁ ଚତୁର୍ଥ ବର୍ଷର ୫ ଜଣ ଛାତ୍ରଙ୍କୁ କ୍ୟାମ୍ପସକୁ ମନା କରାଯାଇଥିଲା ।