Latest Odisha News

BREAKING NEWS

ଶୀତଦିନେ ନିୟମିତ ଖାଆନ୍ତୁ କମଳା, ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର: ଶୀତଦିନରେ କମଳା ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏଥିରେ ଭିଟାମିନ ସି ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଏହା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ। କର୍କଟ ଠାରୁ ମଧୁମେୟ ରୋଗର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଜାଣନ୍ତୁ ଶୀତଦିନେ କମଳା କିପରି ସ୍ୱାସ୍ଥ୍ୟର ଉପକାର କରିଥାଏ….

ମୁହଁ ପାଇଁ ଲାଭଦାୟକ:

ମୁହଁ ପାଇଁ ମଧ୍ୟ କମଳା ଖୁବ ଲାଭଦାୟକ ଅଟେ। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ମୁହଁର ସମସ୍ତ ଦାଗକୁ ଦୂର କରିବା ସହ ଉଜ୍ୱଳ ମଧ୍ୟ କରିଥାଏ। ଏହାକୁ ଖାଇବା ସହ ଏହାର ଚୋପାକୁ ମଧ୍ୟ ଶୁଖାଇ ଗୁଣ୍ଡ କରି ମୁହଁରେ ଲଗାଇ ପାରିବେ।

କଲେଷ୍ଟେରୋଲ କମ୍ କରିଥାଏ:

ଏହାକୁ ଖାଇବା ଦ୍ୱାରା କଲେଷ୍ଟେରୋଲ ସ୍ତର ସଠିକ ରହିଥାଏ। ଫଳରେ ହୃଦୟ ଜନିତ ସମସ୍ୟା ଦୂର ହୋଇଥାଏ। କମଳାରେ ଭିଟାମିନ-ସି ରହିଛି, ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡ଼ାଣ୍ଟ ଭାବେ କାର୍ଯ୍ୟ କରିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ।

Comments are closed.