ଭୁବନେଶ୍ବର: ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ଦେବାକୁ ମନା କରିଦେବାପରେ ଏବେଠୁ ରାଜ୍ୟରେ ପୁଣି ଆଳୁ ଚଢା ଦରରେ ବିକ୍ରି ହେବା ଆରମ୍ଭ ହୋଇଯାଇଛି । ୪୦ ଟଙ୍କା ଆଳୁ ଦର ଟପିବା ନେଇ ଅଭିଯୋଗ ହେବା ପରେ କଟକ-ଭୁବନେଶ୍ୱରରେ ଅନେକ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।
ତେବେ ଭୁବନେଶ୍ୱରର ୪ନଂ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ କଟକ ଛତ୍ର ବଜାରରେ ଦୋକାନ ଓ ଗୋଦାମରେ ଚଢ଼ାଉ କରାଯାଇଛି ।
ଭୁବନେଶ୍ୱର ୪ନଂ ମାର୍କେଟରେ ଚଢ଼ାଉ ବେଳେ ଯୋଗାଣ ଅଧିକାରୀ କହିଛନ୍ତି, ୪୦ ଟଙ୍କାରୁ ଅଧିକ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୋକାନୀକୁ ପ୍ରଥମେ ନୋଟିସ ଦିଆଯିବ । ସେମାନେ ନୋଟିସରେ କ’ଣ ଜବାବ ରଖିବେ ତାକୁ ଆମେ ଦେଖିବୁ । ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ ବ୍ୟବସାୟୀଙ୍କୁ ରେଟ୍ ଚାର୍ଟ ଲଗାଇବାକୁ କୁହାଯାଇଛି ।
ସେପଟେ କଟକ ଛତ୍ର ବଜାରରେ ଆଜି ଆଳୁ ୫୦ ଟଙ୍କା କେଜି ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହେବା ପରେ ଯୋଗାଣ ବିଭାଗ ପକ୍ଷରୁ ତୁରନ୍ତ ଚଢାଉ କରାଯାଇଥିଲା । ବର୍ତ୍ତମାନ ୪୫ ଟଙ୍କାର ଆଳୁ ବିକ୍ରି କରାଯାଉଛି ।
ତେବେ ବର୍ତ୍ତମାନ ରାଜ୍ୟରେ ପ୍ରଚୁର ମାତ୍ରାରେ ଆଳୁ ଅଛି । ଆଜି ସକାଳେ ୫ଟି ଟ୍ରକ ଆସି ପହଞ୍ଚିଛି । ଆଳୁ କ୍ବିଟାଲ ପ୍ରତି ୩୭ କୁ ୩୮ ଶହ ରହିଛି । ସେହିପରି ୧୦୦୦ କୁଇଣ୍ଟାଲ ଆଳୁ ଷ୍ଟକ୍ ରଖାଯାଇଥିବା ନେଇ ସୂଚନା ଦେଇଛି ଯୋଗାଣ ବିଭାଗ ।