ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ସତ୍ୟଭାମାପୁର ସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ -୨ ପରିସରରେ ୧୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଗହଣରେ ସଭାପତି ରଘୁନାଥ ମିଶ୍ର,ଉପସଭାପତି ଅଶ୍ୱିନୀ ତିବରୀ, ପରିଚାଳକ ପ୍ରତାପ କୁମାର ଜେନା, ଅଧ୍ୟକ୍ଷା ଡଃ ଅଳକା ମହାନ୍ତି, ଉପାଧ୍ୟକ୍ଷ ଡଃ ମନୋରଞ୍ଜନ ବେଜ୍ ଏବଂ ପ୍ରଶାସନିକ ପରାମର୍ଶ ଦାତା ବୃନ୍ଦ ବିଘ୍ନରାଜ ପ୍ରଭୁ ଗଜାନନଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚିତ୍ରକଳା , ହସ୍ତକଳା , ଓଡ଼ିଆ, ହିନ୍ଦୀ, ସଂସ୍କୃତ ,ଇଂରାଜୀ ଓ ସାମାଜିକ ବିଜ୍ଞାନ ବିଭାଗ ଦ୍ବାରା ସଂସ୍କୃତି ସମ୍ପନ୍ନ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ।
କୁନିକୁନି ପିଲାମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସେହିପରି ୩ୟ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ କୌତୁକ ମେଳା, ଖାଦ୍ୟ ମେଳା ଓ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଆଧାରିତ ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖିବା ସହ ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କ ସୃଜନାତ୍ମକ ଚିନ୍ତାଧାରାକୁ ପ୍ରଶଂସା କରିଥିଲେ।ଛାତ୍ରଛାତ୍ରୀ ମାନଙ୍କଦ୍ବାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଏହି ଅବସରରେ ଉପାଧ୍ୟକ୍ଷ ଡଃ ମନୋରଞ୍ଜନ ବେଜ୍ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷା ବିଦ୍ୟାଳୟର ୧୭ ବର୍ଷର ସଫଳତାର କାହାଣୀ ତଥା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ପ୍ରଶାସନିକ ପରାମର୍ଶଦାତା ଅନସୂୟା ପୋଥାଲ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.