Latest Odisha News

BREAKING NEWS

ଜାଣିଛନ୍ତି କି ପୂଜା ପରେ ହାତରେ ବନ୍ଧାଯାଉଥିବା ରକ୍ଷାସୂତ୍ର ପଛର ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ: ଆମର ସନାତନ ପରମ୍ପରାରେ କୌଣସି ପୂଜାପାଠ ପରେ ପୂଜକ ଜଣକ ଆମ ହାତରେ ନାଲି, ହଳଦିଆ କିମ୍ବା ଏହି ଦୁଇରଙ୍ଗ ମିଶା ଏକ ସୂତାଟିଏ ହାତରେ ବାନ୍ଧି ଦେଇଥାନ୍ତି । ତାହାକୁ ଆମେ ରକ୍ଷାସୂତ୍ର କହିଥାଉ । ଏହି ରକ୍ଷାସୂତ୍ର ପଛରେ ଶାସ୍ତ୍ରରେ ମହତ୍ତ୍ଵ କ’ଣ ଏବଂ ଏହା ପଛରେ ବୈଜ୍ଞାନିକ କାରଣ କ’ଣ ଅଛି ଆସନ୍ତୁ ଜାଣିବା :

ଶାସ୍ତ୍ର ଅନୁସାରେ ରକ୍ଷାସୂତ୍ରର ମହତ୍ତ୍ଵ

ରକ୍ଷାସୂତ୍ର ସୂତାରେ ତିଆରି ହୋଇଥାଏ । ଲାଲ ରଙ୍ଗ, ହଳଦିଆ ରଙ୍ଗ, କିମ୍ବା ଦୁଇଟି ରଙ୍ଗ କିମ୍ବା ପାଞ୍ଚ ରଙ୍ଗର ହୋଇଥାଏ । ଶାସ୍ତ୍ର ଅନୁଯାୟୀ,ଦେବୀ ଲକ୍ଷ୍ମୀ ଏବଂ ରାଜା ବଳିଙ୍କ ଦ୍ୱାରା ରକ୍ଷାସୂତ୍ର ବାନ୍ଧିବାର ପରମ୍ପରା ଆରମ୍ଭ ହୋଇଥିଲା। ବିଶ୍ଵାସ କରାଯାଏ ଯେ ଏହାକୁ ହାତରେ ବାନ୍ଧିବା ଦ୍ବାରା ଜୀବନରେ ଆସିବାକୁ ଥିବା ସଙ୍କଟରୁ ରକ୍ଷା ମିଳିଥାଏ ।|ଏହାର କାରଣ ହେଉଛି ରକ୍ଷାସୂତ୍ର ବାନ୍ଧିଲେ ବ୍ରହ୍ମା,ନାରାୟଣ ଏବଂ ମହାଦେବ ତ୍ରିନାଥଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ । ଧାର୍ମିକ ଗୁରୁତ୍ବ ବ୍ୟତୀତ ରକ୍ଷାସୂତ୍ର ବାନ୍ଧିବା ମଧ୍ୟ ବୈଜ୍ଞାନିକ ଦୃଷ୍ଟିରୁ ଅତ୍ୟନ୍ତ ଲାଭଦାୟକ ଅଟେ ।

ରକ୍ଷାସୂତ୍ର ପଛର ବୈଜ୍ଞାନିକ କାରଣ

ଏହା ସ୍ଵାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଫିଜିଓଲୋଜି ଅନୁଯାୟୀ ଶରୀରର ଅନେକ ପ୍ରମୁଖ ଅଙ୍ଗରେ ପହଞ୍ଚୁଥିବା ସ୍ନାୟୁ ଗୁଡ଼ିକ ହାତ ଦେଇ ଯାଇଥାଏ । ରକ୍ଷାସୂତ୍ର ହାତରେ ବାନ୍ଧିବା ଦ୍ବାରା ଏହି ସ୍ନାୟୁଗୁଡ଼ିକର କାର୍ଯ୍ୟ ନିୟନ୍ତ୍ରିତ ରହିଥାଏ | ଏହି କାରଣରୁ ବାତ,ପିତ ଏବଂ କଫ ଦୋଷ ନିୟନ୍ତ୍ରିତ ରହିଥାଏ । ଆହୁରି ମଧ୍ୟ ରକ୍ତଚାପ,ହୃଦ ରୋଗ, ମଧୁମେହ ଏବଂ ପକ୍ଷାଘାତ ଭଳି ଗୁରୁତର ରୋଗରୁ ବହୁ ପରିମାଣରେ ରକ୍ଷା କରାଯାଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନାଲି ରଙ୍ଗର ରକ୍ଷାସୂତ୍ର ପିନ୍ଧିବା ଦ୍ବାରା ମଙ୍ଗଳ ଗ୍ରହ ମଜବୁତ ରହେ । କାରଣ ମଙ୍ଗଳ ଗ୍ରହର ଶୁଭ ରଙ୍ଗ ଲାଲ ଅଟେ । ସେହିପରି ଯଦି ଜଣେ ବ୍ୟକ୍ତି ହଳଦିଆ ରଙ୍ଗର ରକ୍ଷାସୂତ୍ରକୁ ବାନ୍ଧିଥାଏ, ବୃହସ୍ପତିଙ୍କ କୃପା ମିଳେ ଯାହା ବ୍ୟକ୍ତିଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ | କିଛି ଲୋକ ସେମାନଙ୍କ ହାତରେ ଏକ କଳା ସୂତା ବାନ୍ଧନ୍ତି ଯାହା ଶନି ଗ୍ରହ ପାଇଁ ଶୁଭ ଅଟେ ।

Leave A Reply

Your email address will not be published.