Latest Odisha News

BREAKING NEWS

‘ପୁଷ୍ପା ୨’ ପ୍ରିମିୟର ଶୋ ବେଳେ ଦଳାଚକଟା, ମହିଳା ମୃତ

ହାଇଦ୍ରାବାଦ: ରିଲିଜ ହୋଇଛି ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ‘ପୁଷ୍ପା ୨’ । ପୁଷ୍ପା-୨ ଦେଖିବାକୁ ଫ୍ୟାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି କ୍ରେଜ୍। ବାଣ ଫୁଟାଇ ବାଜା ବଜାଇ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ହଲ ଆଗରେ ଲାଗିଛି ଫ୍ୟାନ୍ସ ମାନଙ୍କର ଖଚାଖଚ ଭିଡ଼ । ସେପଟେ ହାଇଦ୍ରାବାଦରେ ଘଟିଛି ବଡ ଅଘଟଣ । ହାଇଦ୍ରାବାଦରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ପ୍ରିମିୟର ଶୋରେ ଦଳାଚକଟା ପରି ପରିସ୍ଥିତି ଉପୁଜିଛି । ପ୍ରିମିୟର ଶୋ ବେଳେ ସନ୍ଧ୍ୟା ହଲ୍‌ ବାହାରେ ଦଳାଚକଟା ହୋଇଛି । ଦଳାଚକଟାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨’ ଆଜି ରିଲିଜ୍ ହୋଇଛି । ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ପୁର୍ବରୁ ବହୁତ ଉତ୍ସାହ ଥିବା ବେଳେ ପ୍ରିମିୟର ଶୋ ଦେଖିବା ପାଇଁ ହଲ୍ ସାମ୍ନାରେ ରାତି ଅଧରୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଭିଡ ଏତେ ମାତ୍ରାରେ ବଢିଥିଲା ଯେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ବେଳେ ଜଣେ ମହିଳା ତାଙ୍କ ପୁଅ ସହ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ଉଭୟେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଖାନାରେ ମହିଳାଙ୍କର ମୃତ୍ୟୁ ହୋଇଛି ।

ସୋସିଆଲ ମିଡିଆରେ ଏହି ପ୍ରିମିୟରର ଭିଡିଓ ଭାଇରାଲ ହେଉଛି। ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦର ଏକ ଥିଏଟରକୁ ‘ପୁଷ୍ପା ୨’ ଦେଖିବାକୁ ଆସିବା ଖବର ଜଣାପଡିବା ପରେ ତାଙ୍କୁ ଦେଖିବା ପାଇଁ ସେଠାରେ ବହୁ ସଂଖ୍ୟାକ ଲୋକ ଗହଳି ଜମାଇଥିଲେ। ଶେଷରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ପରିସ୍ଥିତି ଅସମ୍ଭାଳ ହେବାରୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠୀ ଚାର୍ଜ ମଧ୍ୟ କରିଥିଲା ।

Comments are closed.