Latest Odisha News

ଗାବାରେ ଏହି ୪ ଭାରତୀୟ ମାରିଛନ୍ତି ଶତକ

ଗାବା: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ତୃତୀୟ ଟେଷ୍ଟ ଗାବାରେ ଖେଳାଯିବ । ବର୍ଡର-ଗାଭାସ୍କର ଟ୍ରଫି ଏବେ ୧-୧ ରୋମାଂଚକ ସ୍ଥିତିରେ ପଂହଚିଛି । ପ୍ରଥମ ମ୍ୟାଚରେ ଭାରତ ୨୯୫ ରନରେ ଜିିତିଥିବା ବେଳେ ଦ୍ୱିତୀୟ ମୁକାବିଲା ଅଷ୍ଟ୍ରେଲିଆ ୧୦ ୱିକେଟରେ ଜିତିଛି । ୨୦୨୧ରେ ଗାବାରେ ଟେଷ୍ଟ ଜିତି ଭାରତୀୟ ଟିମ ଇତିହାସ ରଚିଥିଲା । ଗାବାରେ ଏ ପର୍ଯ୍ୟନ୍ତ ମାତ୍ର ୪ଜଣ ବ୍ୟାଟ୍ସମ୍ୟାନ ଶତକ ମାରିବାରେ ସଫଳ ହୋଇଛନ୍ତି । ୧୯୬୮ରେ ଏମଏଲ ଜୟସିହ୍ମା ଏଠାରେ ଭାରତ ପକ୍ଷରୁ ପ୍ରଥମ ଶତକ ମାରିଥିଲେ । ସେ ୧୦୧ ରନର ଇନିଂସ ଖେଳିଥିଲେ । ଅବଶ୍ୟ ଟିମ ଇଣ୍ଡିଆ ଏହି ମ୍ୟାଚ ହାରି ଯାଇଥିଲା ।

୧୯୯୭ରେ ସୁନୀଲ ଗାଭାସ୍କର ୧୧୩ ରନର ଇନିଂସ ଖେଳିଥିଲେ । ଏଥିରେ ବି ଭାରତ ୧୬ ରନରେ ହାରି ଯାଇଥିଲା । ୨୦୦୩ରେ ସୌରଭ ଗାଙ୍ଗୁଲି ୧୪୪ ରନର ଚମକପ୍ରଦ ଇନିଂସ ଖେଳିଥିଲେ । ସେହିପରି ୨୦୧୪ରେ ମୂରଲୀ ବିଜୟ ଶତକ ହାସଲ କରିଥିଲେ ମଧ୍ୟ ଭାରତ ଏହି ୨ଟି ମ୍ୟାଚ ମଧ୍ୟ ହାରି ଯାଇଥିଲା । ସେବେଠାରୁ ଆଉ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଏଠାରେ ଶତକ ମାରି ନାହାନ୍ତି । ୨୦୨୧ରେ ରିଷଭ ପନ୍ତଙ୍କ ୮୯ ରନ ସହାୟତାରେ ଭାରତ ବିଜୟୀ ହୋଇ ଇତିହାସ ରଚିଥିଲା ।

Leave A Reply

Your email address will not be published.