ଗାବା: ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟ ଅବସରରେ ହଠାତ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ତେବେ ତାଙ୍କର ଅବସର ନେବା ଟାଇମିଂକୁ ନେଇ ସୁନୀଲ ଗାଭାସ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ୨୦୧୪ରେ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଅଷ୍ଟ୍ରେଲିଆ ସିରିଜ ମଧ୍ୟରେ ହଠାତ ଅବସର ନେଇଥିଲେ । ସିରିଜ ପରେ ଅବସର ନେବା ବୁଦ୍ଧିମାନର କାମ ହେବ । ହଠାତ ଅବସର ଘୋଷଣା କରିବା ପରେ ଟିମ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଧୋନୀ ଯାହା କରିଥିଲେ ଅଶ୍ୱୀନ ମଧ୍ୟ ସେୟା କଲେ । ସିରିଜ ମଝିରେ ଜଣେ ସିନିୟର ଖେଳାଳିଙ୍କ ଅଭାବ ପରିଲକ୍ଷିତ ହୋଇଥାଏ । ଚୟନ କମିଟି ଦଳ ଚୟନ ବେଳେ ଯୋଜନା ପ୍ରସ୍ତୁତ କରିଥାନ୍ତି । ଏହି ସବୁ ଘଟଣା ଯୋଜନାକୁ ବିଫଳ କରିଥାଏ ।
ୱାଶିଂଟନ ସୁନ୍ଦରଙ୍କୁ ଅଷ୍ଟ୍ରେଲିଆ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହ ଆଲୋଚନା କରିବା ପରେ ଅଶ୍ୱୀନ ଅବସର ନେଇଥିଲେ । ୱାଶିଂଟନ ସୁନ୍ଦର ଭାବପ୍ରବଣ ହୋଇ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ଆନ୍ନା ଆପଣ ଏକ ପ୍ରେରଣା । ଏକ ମାର୍ଗଦର୍ଶକ ଓ ଖେଳର ପ୍ରକୃତ ଚାମ୍ପିୟନ । ଆପଣଙ୍କ ସହିତ ଡ୍ରେସିଂରୁମ ଶେୟାର କରିବା ସମ୍ମାନ ଏବଂ ଗର୍ବର ବିଷୟ । ବର୍ଡର-ଗାଭସ୍କର ଟ୍ରଫିରେ ଭାରତ ଏବଂ ଅଷ୍ଟ୍ରେଲିଆ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ତୃତୀୟ ଟେଷ୍ଟ ଡ୍ର ରହିଛି । ଆଗକୁ ଆଉ ୨ଟି ମ୍ୟାଚ ଖେଳାଯିବ ।