ଚେନ୍ନାଇ: ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’ ର ସଫଳତା ପରେ ରଶ୍ମିକା ମନ୍ଦନା ଏବେ ଚର୍ଚ୍ଚାରେ। ତାଙ୍କୁ ନ୍ୟାସନାଲ କ୍ରସ୍ ଭାବରେ ମଧ୍ୟ ପରିଚୟ ମିଳିଛି। ସେ ନିଜର ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟ ସମୟରେ ଚର୍ଚ୍ଚାରେ ଥାଆନ୍ତି। ତେବେ ତାଙ୍କ ନାମ ବର୍ତ୍ତମାନ ବିଜୟ ଦେବରକୋଣ୍ଡାଙ୍କ ସହ ଯୋଡି ହୋଇଛି। ନିକଟରେ ରଶ୍ମିକା ଜୀବନସାଥୀର ସଜ୍ଞା ନେଇ କିଛି ଖୁଲାସା କରିଛନ୍ତି।
ରଶ୍ମିକା ଏକ ସାକ୍ଷାତକାରରେ ତାଙ୍କ ଜୀବନ ସାଥୀ ବିଷୟରେ କହିଛନ୍ତି ଯେ ସମ୍ପର୍କରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସମ୍ମାନ। ଯେତେବେଳେ ଆମେ ପରସ୍ପରକୁ ସମ୍ମାନ କରିବା ଓ ପରସ୍ପର ବିଷୟରେ ଚିନ୍ତା କରିବା ସହ ପରସ୍ପରକୁ ବୁଝିପାରିବା। ସେତେବେଳେ ସେହି ସବୁ ଆମକୁ ଏକାଠି ବାନ୍ଧି ରଖିଥାଏ।
ଅଭିନେତ୍ରୀ ଆଗକୁ ଆହୁରି ମଧ୍ଯ କହିଛନ୍ତି ଯେ ସେ ଦୟାଳୁ, ସଚ୍ଚୋଟ ହେବା ସହ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରୁଥିବେ ଓ ତାଙ୍କୁ ଭଲପାଇବା କଣ ଜଣାଥିବା ଦରକାର। ତେବେ ପରସ୍ପର ଭିତରେ ସମାନତା ନ ରହିଲେ ଏକାଠି ରହିହେବ ନାହିଁ। ଜୀବନର ପ୍ରତିଟି ପିଢିରେ ତାଙ୍କୁ ତାଙ୍କ ଜୀବନସାଥିଙ୍କ ସହଯୋଗ ଦରକାର ବୋଲି ସେ କହିଛନ୍ତି।
ଏହାଛଡା ଯେତେବେଳେ ତାଙ୍କୁ ପ୍ରେମର ମାନେ ପଚରାଗଲା ରଶ୍ମିକା କହିଥିଲେ ଯେ ‘ସହଭାଗୀତା ଏବଂ ଏକତା’ ହେଉଛି ପ୍ରେମ। ସମସ୍ତଙ୍କୁ ନିଜ ଜୀବନରେ ସାଥୀ ଆବଶ୍ୟକ ଯିଏକି ଜୀବନରେ ଦୁଃଖ ସୁଖର ସାଥୀ ହୋଇପାରିବ। ଏହାସହ ସବୁ ପରିସ୍ଥିତିରେ ତୁମ ସହିତ ପାଦରେ ପାଦ ମିଶାଇ ଚାଲିପାରୁଥିବ।