Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ତାଙ୍କ ଜୀବନର ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଡିସେମ୍ବର ୨୨ରେ ଉଦୟପୁରରେ ଏକ ବିଶାଳ ସମାରୋହରେ ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିଥିଲେ।

ବିବାହ ବେଳର ଏକ ଫଟୋ ସାମ୍ନାକୁ ଆସିଛି। ଏହି ଅବସରରେ ଉଭୟେ ପାରମ୍ପାରିକ ପୋଷାକ ପିନ୍ଧିଥିବା ନଜର ଆସିଛନ୍ତି। ପରିବାର ଏବଂ ଘନିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସିନ୍ଧୁଙ୍କ ବିବାହର ଫଟୋ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି- ରବିବାର ସନ୍ଧ୍ୟାରେ ଉଦୟପୁରରେ ଭେଙ୍କଟ ଦତ୍ତା ସାଇଙ୍କ ସହ ବ୍ୟାଡମିଣ୍ଟନ ଚାମ୍ପିୟନ ଅଲିମ୍ପିଆନ ପିଭି ସିନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେଇ ମୁଁ ଖୁସି।

 

 

Comments are closed.