Latest Odisha News

ରାଜ୍ୟପାଳ ପଦରୁ ଇସ୍ତଫା ପରେ ବିଜେପି କୁ ପୁଣି ଫେରିବେ କି ରଘୁବର ଦାସ!

ଭୁବନେଶ୍ଵର: ପୁଣି ଥରେ ବିଜେପିରେ ଯୋଗ ଦେବେ କି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ! ଗତକାଲି ଓଡିଶାର ରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ । ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କ ପାଖକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କ ଇସ୍ତଫା ପରେ ମିଜୋରାମ ପୂର୍ବତନ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଓଡିଶାର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି । ଏହାପରେ ରଘୁବର ପୁଣି ଥରେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜାରି ରହିଛି ।

ବାସ୍ତବରେ, ରଘୁବର ଦାସ ଜଣେ ବରିଷ୍ଠ ବିଜେପି ନେତା । ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ଵ ତୁଲାଇଛନ୍ତି । ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ । ଏଥିସହ ରଘୁବର ଦାସ ପୂର୍ବ ଜାମସେଦପୁରରୁ ପାଞ୍ଚଥର ବିଧାୟକ ମଧ୍ୟ ରହିଛନ୍ତି । ଗତ ୧୮ ଅକ୍ଟୋବର ୨୦୨୩ରେ ଓଡିଶାର ରାଜ୍ୟପାଳ ଭାବରେ ରଘୁବରଙ୍କୁ ନିଯୁକ୍ତ କରାଯାଇଥିଲା। ୩୧ ଅକ୍ଟୋବର ୨୦୨୩ ରେ ଭୁବନେଶ୍ୱରର ରାଜ ଭବନର ନୂତନ ଅଭିଷେକ ହଲରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ମାନ୍ୟବର ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ସାରଙ୍ଗି ତାଙ୍କୁ ପଦ ଏବଂ ଗୋପନୀୟତା ପାଠ ପଢାଇଥିଲେ ।

୨୦୨୪ ବିଧାନସଭା ନିର୍ବାଚନରେ ​​ରଘୁବରଙ୍କ ବୋହୂ ପୂର୍ଣ୍ଣିମା ସାହୁ ତାଙ୍କ ପାରମ୍ପାରିକ ଆସନ ପୂର୍ବ ଜାମସେଦପୁରରୁ ନିର୍ବାଚନରେ ​​ଜିତିଥିକେ । ପ୍ରାୟ ୪୨ ହଜାର ଭୋଟ ବ୍ୟବଧାନରେ କଂଗ୍ରେସର ଅଜୟ କୁମାରଙ୍କୁ ପରାସ୍ତ କରି ବିଜୟ ଲାଭ କରିଥିଲେ ପୂର୍ଣ୍ଣିମା ସାହୁ । ତେବେ ରଘୁବର ଦାସ ୧୯୭୭ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ସେ ୧୯୮୦ ରେ ବିଜେପି ସଦସ୍ୟତା ଗ୍ରହଣ କରିଥିଲେ। ସେ ରାଜ୍ୟ ତଥା ଜାତୀୟ ସ୍ତରରେ ଦଳର ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ।

ରଘୁବର ଦାସ ମଧ୍ୟ ପୂର୍ବତନ ଆରଏସଏସ କାର୍ଯ୍ୟକର୍ତ୍ତା ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି। ସେ ଲଗାତର ୧୯୯୫ ମସିହାରୁ ପୂର୍ବ ଜାମସେଦପୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ । ରଘୁବର ପ୍ରଥମେ ବିହାର ଏବଂ ପରେ ଝାଡଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ କୌଣସି ନିର୍ବାଚନରେ ପରାସ୍ତ ହୋଇ ନାହାଁନ୍ତି ।

Leave A Reply

Your email address will not be published.