Latest Odisha News

BREAKING NEWS

କାଜାଖସ୍ତାନରେ ବିମାନ କ୍ରାସ, ୭୦ ଯାତ୍ରୀ ରହିଥିଲେ

ଆକଟା: କାଜାଖସ୍ତାନର ଆକଟା ସହର ନିକଟରେ ବୁଧବାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭୦ ଯାତ୍ରୀ ଥିବା କୁହାଯାଉଛି।

ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା। ବିମାନରେ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି। ସୋସିଆଲ ମିଡିଆରେ ଏହି ଅଘଟଣ ବେଳର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ବିମାନଟି ଆଜରବାଇଜାନ ଏୟାରଲାଇନ୍ସର। ଏହା ବକୁରୁ ଉଡାଣ ଭରିଥିବା ବେଳେ ଋଷର ଚେଞ୍ଚିଆର ଗ୍ରୋଜନି ଅଭିମୁଖେ ଯାଉଥିଲା। କିନ୍ତୁ ଗ୍ରୋଜନିରେ ଘନ କୁହୁଡ଼ି ଯୋଗୁ ଏହାର ମାର୍ଗ ପରିବର୍ତ୍ତନ କରାଯାଇଥିଲା ବୋଲି ସୂଚନା ମିଳିଛି।

 

Comments are closed.