Latest Odisha News

BREAKING NEWS

ଥମୁନି ଚାଷୀଙ୍କ ଦୁଃଖ, ପୁଣି ଆସୁଛି ବର୍ଷା

ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ଆସୁଛି ପୁଣି ବର୍ଷା l ଆସନ୍ତା ୨୮ ଓ ୨୯ ତାରିଖରେ ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହଛି l ତେବେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ l

ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବ। ୨୮ ଓ ୨୯ ତାରିଖ ୨ ଦିନ ରାଜ୍ୟରେ ବର୍ଷା ହେବ। ବିଶେଷ କରି ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଘୂର୍ଣ୍ଣିବଳୟରେ ପରିଣତ ହେବ ସୃଷ୍ଟ ଲଘୁଚାପ । ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼ ଏବଂ ନୂଆପଡାରେ ହାଲୁକା ବର୍ଷା ନେଇ ସତର୍କତା ଜାରି କରାଯାଇଛି । ସେହିପରି ୨୯ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସେପଟେ ଆଜିଠୁ ରାଜ୍ୟରେ ଶୀତ ବୃଦ୍ଧି ପାଇବା ସହ ଘନ କୁହୁଡିର ସର୍ତକତା ଜାରି କରାଯାଇଛି । ଯାଜପୁର, କେନ୍ଦ୍ରାପଡ।, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ଏବଂ ରାୟଗଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ। ସର୍ବନିମ୍ନ ତାପମତ୍ରାରେ ୫ ଦିନ ଯାଏ କୌଣସି ପରିବର୍ତନ ନାହିଁ । ଅନ୍ୟପଟେ ଅଦିନିଆ ବର୍ଷା ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଲଗାଣ ବର୍ଷାରେ କ୍ଷେତରେ ଧାନ ସହିତ ବ୍ଯାପକ ପନିପରିବା ଫସଲ ନଷ୍ଟ ହୋଇଯାଇଛି। ଅମଳ ସମୟରେ ଅଦିନିଆ ବର୍ଷା ଫଳରେ ସବୁଠି ଭିଜିଛି ଧାନ। କାହାର ଧାନ ଅଧା କଟା ହୋଇଥିବା ବେଳେ କାହାର କଟା ହୋଇନି। କାହାର ରାସ୍ତାକଡରେ ପଡିଛି ତ ଆଉ କାହାର ଧାନ ବିଲରେ ଭିଜୁଛି। ଧାନ ଗଜା ହେବାକୁ ଯାଉଥିବା ବେଳେ ବିନ, ମଟର, ଫୁଲକୋବି, ବିଲାତି, ବନ୍ଧାକୋବି, ବାଇଗଣ ଫସଲ ବ୍ଯାପକ ନଷ୍ଟ ହୋଇଯାଇଛି।

Comments are closed.