Latest Odisha News

BREAKING NEWS

କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟ କରିପାରିବ ବ୍ୟାଙ୍କ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଷୋହଳ ବର୍ଷ ପୁରୁଣା ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆର୍‌ସି) ଏକ ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାରେ କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟକୁ ଅନୁଚିତ ବୋଲି ରାୟ ଦେଇଛନ୍ତି। ଅର୍ଥାତ କ୍ରେଡିଟ୍‌ କାର୍ଡ ବକେୟା ଉପରେ ବ୍ୟବହାରକାରୀଙ୍କ ଠାରୁ ବ୍ୟାଙ୍କ ୩୦%ରୁ ଅଧିକ ସୁଧ ଆଦାୟ କରିପାରିବ। ଏ ନେଇ ସୁପ୍ରିମକୋର୍ଟ ନିଜ ରାୟରେ ସ୍ପଷ୍ଟ କରି ଦେଇଛନ୍ତି।

ଜଷ୍ଟିସ ବେଲା ଏମ୍‌. ତ୍ରିବେଦୀ ଓ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ପୀଠ ଏହି ରାୟ ଶୁଣାଇଛନ୍ତି। ତେବେ ସୁପ୍ରିମକୋର୍ଟ ଏନସିଡିଆର୍‌ସିର ରାୟକୁ ଖାରଜ କରି ବ୍ୟାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ବେଞ୍ଚ ନିଜ ରାୟରେ ଦର୍ଶାଇଛନ୍ତି ଯେ ବ୍ୟାଙ୍କିକ୍‌ ରେଗୁଲସନ ଆଇନ ୧୯୪୯ ଅନୁଯାୟୀ ସୁଧହାର ସ୍ଥିର କରିବା କ୍ଷମତା ବ୍ୟାଙ୍କ ନିକଟରେ ରହିଛି।

ସେହିପରି କ୍ରେଡିଟ୍‌ କାର୍ଡ ପାଇଁ ଆବେଦନ କରୁଥିବା ସମୟରେ ସଂପୃକ୍ତ ବ୍ୟକ୍ତିଙ୍କୁ ବ୍ୟାଙ୍କ ତରଫରୁ ସୁଧହାର ସମ୍ପର୍କରେ ଅବଗତ କରାଯାଇଥାଏ। ତେଣୁ କ୍ରେଡିଟ୍‌ କାର୍ଡ ବକେୟା ଉପରେ ବ୍ୟାଙ୍କ ତରଫରୁ ୩୦%ରୁ ଅଧିକ ସୁଧ ଆଦାୟ କରାଯିବା କାର୍ଡ ବ୍ୟବହାରୀଙ୍କ ପ୍ରତି ଅନ୍ୟାୟ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। ବ୍ୟାଙ୍କର ସୁଧହାରକୁ ନିୟନ୍ତ୍ରଣ କରିବାର କ୍ଷମତା କେବଳ ରିଜର୍ଭ ବ୍ୟାଙ୍କର ରହିଛି ବୋଲି ପୀଠ ନିଜ ରାୟରେ ସ୍ପଷ୍ଟ କରି ଦେଇଛନ୍ତି।

Comments are closed.