ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ରେଡମିର ନୂଆ ସ୍ମାର୍ଟଫୋନ Redmi 14C 5G ସ୍ମାର୍ଟଫୋନ । ଆଜି କମ୍ପାନୀ ଏହି ଦମଦାର ଓ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନକୁ ଦେଶରେ ଲଞ୍ଚ କରିଛି । ୨୦୨୫ ଆରମ୍ଭରେ ଏହି ଶସ୍ତା 5G ଫୋନରେ ଅନେକ ଦମଦାର୍ ଫିଚର ଅଛି । ଏଥିରେ 120Hz ରିଫ୍ରେସ୍ ରେଟ୍ ସହିତ 6.88 ଇଞ୍ଚର ଡିସପ୍ଲେ ରହିଛି । ଏହାସହିତ 5160mAh ବ୍ୟାଟେରୀ ଯାହାକି 18W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଆସିଛି । ରେଡମି କମ୍ପାନୀର କହିବା ଅନୁସାରେ ଏହି ଫୋନ୍ ଏହି ସେଗମେଣ୍ଟରେ ସର୍ବୋତ୍ତମ ଡିସପ୍ଲେ ସହିତ ଆସେ ।
Redmi 14C ସ୍ମାର୍ଟଫୋନ୍ ହେଉଛି Redmi 13C ର ଏକ ଅପଗ୍ରେଡ୍ ଭାରିଏଣ୍ଟ । ରେଡମି 14C 5Gର ପ୍ରାରମ୍ଭିକ ମୂଲ୍ୟ ହେଉଛି ୯,୯୯୯ଟଙ୍କା । ଏହା ତିନୋଟି ଭାରିଏଣ୍ଟରେ ଆସିଛି, ଯାହାକି 4GB + 64GB, 4GB + 128GB ଏବଂ 6GB + 128GB ଷ୍ଟୋରେଜ୍ ରହିଛି । ସେମାନଙ୍କର ମୂଲ୍ୟ ଯଥାକ୍ରମେ ୯,୯୯୯, ୧୦,୯୯୯ ଏବଂ ୧୧,୯୯୯ ଟଙ୍କା । ଗ୍ରାହକ ଏହି ସ୍ମାର୍ଟଫୋନକୁ ଜାନୁଆରୀ ୧୦ ତାରିଖ ମଧ୍ୟାହ୍ନ ୧୨ଟାରୁ ଆମାଜନ, ଫ୍ଲିପକାର୍ଟ, mi.com ଓ ନିକଟସ୍ଥ Xiaomi ରିଟେଲ୍ ଷ୍ଟୋରରୁ କିଣିପାରିବେ ।
ଏଥିରେ 50MP ପ୍ରାଥମିକ କ୍ୟାମେରା ଏବଂ 2MP ସେକେଣ୍ଡାରୀ ସେନ୍ସର ଅଛି । ସେଲଫି ପାଇଁ ଏଥିରେ 8MP କ୍ୟାମେରା ଦିଆଯାଇଛି । ରେଡମି 14C 5G 18W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 5,160mAh ବ୍ୟାଟେରୀ ପ୍ୟାକ୍ ସହିତ ଆସିଛି । ସ୍ମାର୍ଟଫୋନ୍ ରେ କ୍ବାଲକମ୍ ସ୍ନାପଡ୍ରାଗନ୍ 4 ଜେନ 2 ୫ଜି ( Qualcomm Snapdragon 4 Gen 2 5G ) ପ୍ରୋସେସର ରହିଛି । 120Hz ରିଫ୍ରେସ ରେଟ୍ ସହିତ 6.8 ଇଞ୍ଚ HD + ଡିସପ୍ଲେ, TUV Rheinland ସାର୍ଟିଫିକେସନ୍, 600 ନିଟ୍ସ ପିକ୍ ବ୍ରାଇଟନେସ୍ ମୋଡ୍ ଦିଆଯାଇଛି ।
ଏଥିରେ 3.5 ମିମି ହେଡଫୋନ୍ ଜ୍ୟାକ୍ ଏବଂ ଏକ USB ଟାଇପ୍-ସି ପୋର୍ଟ ଦିଆଯାଇଛି ।
Comments are closed.