ଭୁବନେଶ୍ୱର: ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏହାକୁ ନଜରରେ ରଖି ସୋମବାର ଦିନ ତିନି ଦିନ ପାଇଁ କମିଶନରେଟ୍ ପୋଲିସ ଗମନାଗମନ ନେଇ ପରାମର୍ଶ ଜାରି କରିଛି।
ପୋଲିସ କମିଶନର ସୁରେଶ ଦେବ ଦତ୍ତ ସିଂ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ବହୁ ନାମୀଦାମୀ ବ୍ୟକ୍ତି ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ। ଭିଆଇପି ଏବଂ ଭିଭିଆଇପି ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ ଜନସାଧାରଣଙ୍କ ସ୍ୱାର୍ଥରେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି।
ତେବେ ଜାଣନ୍ତୁ ରାଜଧାନୀର କେଉଁ ରାସ୍ତାରେ ଯାନବାହାନ ଯାତାୟାତ କରିବ…
Comments are closed.