ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ହୁଣ୍ଡାଇର ଇଲେକ୍ଟ୍ରିକ୍ କ୍ରେଟାକୁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କର ଅପେକ୍ଷାର ଅନ୍ତ ଘଟିଛି । ଏହି ମାସରେ ‘ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ -2025’ରେ ମିଳିବ । କମ୍ପାନୀ ଏହି କାରକୁ ଜାନୁଆରୀ ୧୭ରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ‘ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ -୨୦୨୫’ (ଅଟୋ ଏକ୍ସପୋ)ରେ ଲଞ୍ଚ କରିବାକୁ ଯାଉଛି।
ଏହି ଇଲେକ୍ଟ୍ରିକ୍ କାରରେ ମିଡିରେଞ୍ଜ ୪୨kWh ର ବ୍ୟାଟେରୀ ପ୍ୟାକ୍ ରିହିବ, ଯେଉଁଥିରେ ୩୯୦କିଲୋମିଟରର ରେଞ୍ଜ ମିଳିବ । କ୍ରେଟା ଇଲେକ୍ଟ୍ରିକରେ ଏକ ଟପ୍-ଭ୍ୟାରିଆଣ୍ଟ ୫୧.୪kWh ବ୍ୟାଟେରୀ ପ୍ୟାକର ଅପ୍ସନ ମଧ୍ୟ ମିଳିବ । ଏହି ବ୍ୟାଟେରୀ ପ୍ୟାକ୍ ସହିତ ଏହି କାର୍ ୪୭୩ କିଲୋମିଟରର ରେଞ୍ଜ ଦେବ ।
ହୁଣ୍ଡାଇ କ୍ରେଟା ଇଲେକ୍ଟ୍ରିକ କାର୍ ରେ ଷ୍ଟୋରେଜ୍ ସ୍ପେସ୍ ଗାଡିର ଫ୍ରଣ୍ଟରେ ରହିଛି ।। ଏହି ଗାଡ଼ିକୁ ଡିସି ଚାର୍ଜରରେ ଚାର୍ଜ ହେବାକୁ ୮୦ ମିନିଟ୍ ସମୟ ଲାଗିଥାଏ । ୧୧ କିଲେୱାଟ୍ ୱାଲ୍ ବକ୍ସ ଚାର୍ଜର ଚାରି ଘଣ୍ଟାରେ ୧୦ପ୍ରତିଶତରୁ ୧୦୦ ପ୍ରତିଶତ ଚାର୍ଜ କରିପାରିବ ।
ଇଲେକ୍ଟ୍ରିକ୍ କ୍ରେଟାର ଟପ୍-ଏଣ୍ଡ ଭର୍ସନରେ ଥିବା ମୋଟର ୧୭୧bhp ପାୱାର ମିଳିବ । ଏହି ଇଲେକ୍ଟ୍ରିକ୍ କାର୍ ୭.୯ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଟପ୍-ସ୍ପିଡରେ ପହଞ୍ଚାଇପାରିବ । ଏହି ଇଲେକ୍ଟ୍ରିକ୍ କାରରେ ନୂଆ ଷ୍ଟିଅରିଂ ହୁଇଲ ଲାଗିଛି । ଗାଡ଼ିରେ ୧୦.୨୫-ଇଞ୍ଚର ଡୁଆଲ୍ ସ୍କ୍ରିନ୍ ଦିଆଯାଇଛି ।