ମୁମ୍ବାଇ:ମୁମ୍ବାଇର ୧୪ ବର୍ଷୀୟା ଓପନର ଈରା ଯାଦବ ୧୯ ବର୍ଷରୁ କମ ଘରୋଇ କ୍ରିକେଟରେ ରେକର୍ଡ କରିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ଭାରତ ପକ୍ଷରୁ ୧୯ ବର୍ଷରୁ କମ କ୍ରିକେଟରେ ତ୍ରିଶତକ ହାସଲ କରିଛନ୍ତି । ମୁମ୍ବାଇର ଏହି ପ୍ରତିଭାବାନ ଖେଳାଳି ଚମତ୍କାର ପ୍ରଦର୍ଶନ କରି ସ୍ମୃତି ମାନ୍ଧାନାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । ମୁମ୍ବାଇ ପକ୍ଷରୁ ଖେଳୁଥିବା ଈରା ମେଘାଳୟ ବିପକ୍ଷରେ ୧୫୭ ବଲରେ ୩୪୬ ରନ ସଂଗ୍ରହ କରିଥିଲେ । ଏହି ଇନିଂସରେ ସେ ୪୨ ଚୌକା ଓ ୧୬ ଛକା ମାରିଥିଲେ । ତାଙ୍କ ବିସ୍ଫୋରକ ଇନିଂସ ବଳରେ ମୁମ୍ବାଇ ୫୦ ଓଭରରେ ୩ ୱିକେଟ ବିନିମୟରେ ୫୬୩ ରନ କରିଥିଲା ।
ବିସିସିଆଇ ଦ୍ୱାରା ଆୟୋଜିତ ସମସ୍ତ ବୟସ ବର୍ଗ ମୁକାବିଲାରେ ସେ ପ୍ରଥମ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଏପରିକି କୌଣସି ପୁରୁଷ ଖେଳାଳି ମଧ୍ୟ ଏହି ସଫଳତା ହାସଲ କରିପାରି ନାହାନ୍ତି । ମହିଳା ପ୍ରିମିୟର ଲିଗରେ ଈରା ନିଜ ନାମ ପଂଜିକୃତ କରିଥିଲେ ମଧ୍ୟ କୌଣସି ଟିମ ତାଙ୍କୁ ନେଇ ନ ଥିଲା । ଜେମିମା ରୋଡ୍ରିଗ୍ୟୁଜଙ୍କ ତାଙ୍କ ପ୍ରେରଣା ବୋଲି କହିଛନ୍ତି । ଜାତୀୟ ଟିମ ଏବଂ ବିଶ୍ୱକପ ଖେଳିବା ମୋର ସ୍ୱପ୍ନ ବୋଲି ଏହି ପ୍ରତିଭାବାନ କ୍ରିକେଟରଜଣଙ୍କ କହିଛନ୍ତି ।