ଭୁବନେଶ୍ବର: ଫିଟିକିରିରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ବାୟୋଟିକ୍ ଗୁଣ ରହିଛି । ସ୍କିନ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିବାରେ ଫିଟିକିରି ବେଶ୍ ଲାଭଦାୟକ । ଫିଟିକିରି ସହ ଲେମ୍ବୁ ରସ ମିଶିଗଲେ ଏହା ଅନେକ ଉପକାର ଦିଏ ।
– ଫିଟିକିରି ଏବଂ ଲେମ୍ବୁରସ ଲଗାଇଲେ କେଶ ମଜବୁତ୍ ହୁଏ । କେଶ ଧଳା ହେବା ସମସ୍ୟା ମଧ୍ୟ ଦୂର ହୁଏ ।
-ଫିଟିକିରି ଏବଂ ଲେମ୍ବୁ ରସ ମିଶେଇକି ପ୍ରୟୋଗ କଲେ ସ୍କିନ ସଫା ହୁଏ । ଧୀରେ ଧୀରେ ମାଲିସ କରିବା ଦ୍ୱାରା ଚେହେରାକୁ ଚମକ ଆସିଥାଏ ।
-ଲେମ୍ବୁକୁ ଫିଟିକିରିରେ ମିଶାନ୍ତୁ ଏବଂ ମୁହଁରେ ଧୀରେ ଧୀରେ ମାଲିସ୍ କରନ୍ତୁ ବ୍ରଣର ସମସ୍ୟା ହ୍ରାସ ହୋଇଥାଏ ।
– ଚେହେରାରେ ଫିଟିକିରି ଏବଂ ଲେମ୍ବୁର ମିଶ୍ରଣ ଲଗାଇଲେ ରିଙ୍କଲ୍ସ ସମସ୍ୟା ମଧ୍ୟ ଦୂର କରିପାରିବେ ।
-ଫିଟିକିରି ମଧ୍ୟ କେଶକୁ କୋମଳ ହୁଏ । ଫିଟିକିରି ଏବଂ ଲେମ୍ବୁର ମିଶ୍ରଣ ପ୍ରୟୋଗ କରିବା ଦ୍ୱାରା କେଶ ମଜବୁତ୍ ହୁଏ ।
–ଫିଟିକିରି ଏବଂ ଲେମ୍ବୁର ବ୍ୟବହାର ଦ୍ବାରା ରୁପି ସମସ୍ୟା ମଧ୍ୟ ଦୂର ହୁଏ ।