Latest Odisha News

ଜାନୁଆରୀ ୧୫ରେ ହେବାକୁ ଥିବା ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ସ୍ଥଗିତ ରହିଲା ଗଣଯୋଗାଯୋଗର ନେଟ୍ ପରୀକ୍ଷା । ଜାନୁଆରୀ ୧୫ରେ ହେବାକୁ ଥିବା ଏହି ନେଟ୍ ପରୀକ୍ଷାକୁ ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ସ୍ଥଗିତ ରଖାଯାଇଛି । ତେବେ ଖୁବଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ । ଏନେଇ ଏନଟିଏ ଆଧିକାରୀକ ୱେବସାଇଟ୍ ugcnet.nta.ac.inରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ଜାନୁଆରୀ ୧୬ରେ ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ।

ଏନଟିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଚଳିତ ଜାନୁଆରୀ ୧୫ରେ ପୋଙ୍ଗଲ, ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ୟୁଜିସି ନେଟ୍ ୧୫ ଡିସେମ୍ବର ୨୦୨୪ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ନୂତନ ତାରିଖ ସୂଚନା ଖୁବଶୀଘ୍ର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ।

ପ୍ରାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ଯାହା ଦ୍ୱାରା ସେମାନେ ପରୀକ୍ଷା ସମ୍ବନ୍ଧୀୟ କୌଣସି ନୂତନ ସୂଚନା ବିଷୟରେ ଅବଗତ ହୋଇପାରିବେ । ଡିସେମ୍ବର ଅଧିବେଶନ ପାଇଁ ୟୁଜିସି ନେଟ୍ ପରୀକ୍ଷା ପାଇଁ ସମସ୍ତ ତାରିଖ ପାଇଁ ଏନଟିଏ ଆଡମିଟ୍ କାର୍ଡ ଜାରି କରିଥିବା ଏନଟିଏ କହିଛି ।

Leave A Reply

Your email address will not be published.