ନୂଆଦିଲ୍ଲୀ: ଜାନୁୟାରୀ ୨୨ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଏହା ପରେ ଦିନିକିଆ ସିରିଜ ମଧ୍ୟ ଖେଳାଯିବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ସର୍ବଦା ଟି୨୦ରେ କଡା ଟକ୍କର ଦେଖିବାକୁ ମିଳିଛି । ଏଥର ମଧ୍ୟ ପ୍ରଶଂସକ ଏକ ହାଇ ଭୋଲେଟେଜ ସିରିଜ ଆଶାରେ ରହିଛନ୍ତି । ଉଭୟ ଦେଶ ମଧ୍ୟରେ ଓଭରାଲ ୨୪ଟି ଟି୨୦ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଭାରତ ୧୩ ଓ ଇଂଲଣ୍ଡ ୧୧ ମ୍ୟାଚରେ ବିଜୟୀ ହୋଇଛନ୍ତି । ଭାରତ ମାଟିରେ ଉଭୟ ଦେଶ ମଧ୍ୟରେ ୧୧ଟି ମ୍ୟାଚ ଖେଳାଯାଇଛି । ଭାରତ ୬ ଓ ଇଂଲଣ୍ଡ ୫ରେ ବିଜୟୀ ହୋଇଛି । ଆନ୍ତର୍ଜାତୀୟ ଟି୨୦ରେ ଭାରତ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନରେ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଛି ।
ଇଂଲଣ୍ଡ ୪୫ ପ୍ରତିଶତ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ୪୦ ରହିଛି । ଅନ୍ୟ ଟିମଗୁଡିକ ବିଜୟ ପ୍ରତିଶତ ଅଷ୍ଟ୍ରେଲିଆ(୩୫.୪୦), ୱେଷ୍ଟଇଣ୍ଡିଜ(୩୪.୪୦), ନ୍ୟୁଜିଲାଣ୍ଡ (୪୦.୦୦) , ଶ୍ରୀଲଙ୍କା(୨୯), ପାକିସ୍ତାନ (୨୩), ବାଂଲାଦେଶ(୦୫.୮) ଓ ଆଫଗାନିସ୍ତାନ(୦୦.୦୦) ରହିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଏହି ସିରିଜ ପାଇଁ ଭାରତୀୟ ଟିମର ଘୋଷଣା କରାଯାଇଛି । ୧୪ ମାସ ପରେ ମହମ୍ମଦ ସାମୀ ଚୂଡାନ୍ତ ଦଳରେ ସ୍ଥାନ ପାଇଛନ୍ତି ।