Latest Odisha News

BREAKING NEWS

ଝାଡ଼ଖଣ୍ଡ ନିର୍ବାଚନ: ରାହୁଲ ଗାନ୍ଧୀଙ୍କ ଜୋରଦାର୍ ପ୍ରଚାର

ରାଞ୍ଚି: ଆସନ୍ତା ଡିସେମ୍ବର ୭ ତାରିଖରେ ଝାଡ଼ଖଣ୍ଡ ବିଧାନସଭାର ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଚଳିତ ବିଧାନସଭା ନିର୍ବାଚନରେ ୫ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେଉଥିବା ବେଳେ ନଭେମ୍ବର ୩୦ ତାରିଖରେ ୧ମ ପର୍ଯ୍ୟାୟ ଭୋଟଗ୍ରହଣ ସମାପ୍ତ ହୋଇଛି । ଝାଡ଼ଖଣ୍ଡର ରଘୁବର ଦାସ ସରକାରକୁ ଶାସନ କ୍ଷମତାରୁ ହଟାଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମଏମ) କଂଗ୍ରେସ ମେଣ୍ଟ ଏହି ନିର୍ବାଚନ ଜିତିବାକୁ ବିଜେପି ସହିତ ଟକ୍କର୍ ଦେଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର୍ ପ୍ରଚାର ଆରମ୍ଭ କରିଦେଇଛନ୍ତି ।

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଜେଏମଏମ-କଂଗ୍ରେସ ମେଣ୍ଟ ପକ୍ଷରୁ ଚକ୍ରଧରପୁର ଏବଂ ସିମଡ଼େଗାରେ ତୋଫାନୀ ନିର୍ବାଚନ ପ୍ରଚାର କରିଛନ୍ତି । ସିଡ଼େଗାରେ ରାହୁଲ ଏକ ନିର୍ବାଚନୀ ସଭାକୁ ଉଦବୋଧନ ଦେଇ କହିଛନ୍ତି, ଝାଡ଼ଖଣ୍ଡରେ କଂଗ୍ରେସ ମେଣ୍ଟ କ୍ଷମତାକୁ ଆସିଲେ ରାଜ୍ୟର ସମସ୍ତ ଚାଷୀମାନଙ୍କର ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଉଛି । ଆଦିବାସୀମାନଙ୍କର ଜଳ, ଜଙ୍ଗଲ ଓ ଜମୀନକୁ ଦୃଷ୍ଟିରେ ରଖି ମେଣ୍ଟ ସରକାର କାର୍ଯ୍ୟ କରିବ ।

ଶାସକ ବିଜେପି ସରକାରକୁ ସମାଲୋଚନା କରି ରାହୁଲ କହିଛନ୍ତି ଯେ, ଏଠାରେ ଶାସନ କରୁଥିବା ଭାଜପା ସରକାର ସାଧାରଣ ଜନତାଙ୍କ ହିତ ପାଇଁ ନୁହେଁ, ବରଂ ଉଦ୍ୟୋଗପତିଙ୍କ ହିତ ଲାଗି କାର୍ଯ୍ୟ କରୁଛି ।

ଛତିଶଗଡ଼ ପରି ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଏଠାରେ ଥିବା ସମସ୍ତ ଗରିବ ଆଦିବାସୀମାନଙ୍କର ଜମିଗୁଡ଼ିକୁ ସେମାନଙ୍କୁ ହସ୍ତାନ୍ତର କରିଦିଆଯିବ ବୋଲି ଏକ ନିର୍ବାଚନୀ ସଭାରେ ରାହୁଲ କହିଛନ୍ତି ।

କେନ୍ଦ୍ରର ମୋଦୀ ସରକାରଙ୍କୁ କଟାକ୍ଷ କରି ରାହୁଲ ତାଙ୍କ ନିର୍ବାଚନୀ ସଭାରେ କହିଛନ୍ତି, କେନ୍ଦ୍ରରେ ବିଜେପି ଶାସନ କରୁନାହିଁ ବରଂ ୨୦ ରୁ ୨୫ ଜଣ ସବୁଠୁ ବଡ଼ ଉଦ୍ୟୋଗପତି ଶାସନ କରୁଛନ୍ତି ।

Leave A Reply

Your email address will not be published.