Latest Odisha News

BREAKING NEWS

ବଦଳିବ ‘ଗଲ୍‌ଫ ଅଫ୍‌ ମେକ୍ସିକୋ’ର ନାମ, ପାନାମା କେନାଲ ଉପରେ ପୁଣି କବ୍‌ଜା କରିବ ଆମେରିକା

ନୂଆଦିଲ୍ଲୀ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ । ଶପଥ ନେଉ ନେଉ ଏକ ବଡ଼ ଘୋଷଣା କରିଛନ୍ତି ଡୋନାଲ୍ଟ ଟ୍ରମ୍ପ୍‌ । ପାନାମା କେନାଲ ଉପରେ ପୁଣି ଆମେରିକା କବ୍‌ଜା କରିବ । ଏଥିସହ ପାନାମା କେନାଲରୁ ଚୀନର କବଜାକୁ ହଟାଯିବ ବୋଲି କହିଛନ୍ତି ଟ୍ରମ୍ପ । ସେ ଆହୁରି ମଧ୍ୟ କହିଛନ୍ତି, ଗଲ୍‌ଫ ଅଫ୍‌ ମେକ୍ସିକୋର ନାମ ବଦଳାଇବୁ । ନାମ ବଦଳାଇ ଗଲ୍‌ଫ ଅଫ୍‌ ଆମେରିକା ରଖାଯିବ । ତା’ସହ ମଙ୍ଗଳ ଗ୍ରହକୁ ମହାକାଶଯାତ୍ରୀ ପଠାଯିବ । ମୁଁ ଚାହୁଁଛି ସାରା ବିଶ୍ୱ ମୋତେ ଶାନ୍ତି ଦୂତ ଭାବରେ ମନେ ରଖୁ । ମେକ୍ସିକୋ ସୀମାରେ ପ୍ରାଚୀର ତିଆରି କରିବୁ । ଅନ୍ୟ ଦେଶ ଉପରେ ଟ୍ୟାକ୍ସ ଓ ଟାରିଫ ବୃଦ୍ଧି କରଯିବ । ଦର ନିୟନ୍ତ୍ରଣ କରିବା ଟ୍ରମ୍ପ୍‌ଙ୍କ ପ୍ରାଥମିକତା ରହିବ ବୋଲି କହିଛନ୍ତି ଟ୍ରମ୍ପ୍‌ ।

ଦ୍ବିତୀୟ ଥର ଶପଥ ଗ୍ରହଣ କରିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି ଯେ, ଏବେ ଆମେରିକାରେ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି । ଟ୍ରମ୍ପ୍‌ଙ୍କ ମହତ୍ତ୍ୱାକାଂକ୍ଷୀ ଦୂରଦୃଷ୍ଟି ଭାବେ ଜଣାଶୁଣା ‘ଆମେରିକା ଫାଷ୍ଟ’କୁ ସେ ଅଗ୍ରପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି। ଏଥିରେ ଆମେରିକାକୁ ପୁନଶ୍ଚ ନିରାପଦ, ଦେଶକୁ ସବୁ ପ୍ରକାର ପରିସ୍ଥିତି ସହ ସୁହାଇଲା ଭଳି ପଦକ୍ଷେପ ନେବା, ଶକ୍ତି କ୍ଷେତ୍ରରେ ପ୍ରଭାବ ବିସ୍ତାର, ଆମେରିକାର ମୂଲ୍ୟବୋଧକୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଆମେରିକାର ଦ୍ରୁତ ପରିବର୍ତ୍ତନ ହେବା ସହ ବିଶ୍ବରେ ସମ୍ମାନ ବଢ଼ିବ ବୋଲି ସେ ରାଷ୍ଟ୍ରବାସୀଙ୍କୁ ଦୃଢ଼ ଭରସା ଦେଇଛନ୍ତି।

ଦେଶରେ ଜଣେ ବି ଅନୁପ୍ରବେଶକାରୀ ରହିପାରିବେନି। ସମସ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଜ ନିଜ ସ୍ଥାନରେ ଛାଡ଼ି ଆସିବୁ। ଆମେରିକା ତଥା ବିଶ୍ବର ଶକ୍ତିଶାଳୀ ଆତଙ୍କବାଦୀ ସଙ୍ଗଠନକୁ ସମୂଳ ଧ୍ବଂସ କରିବାକୁ ମୁଁ ବଜ୍ର ଶପଥ ନେଇଛି । ଗତ ୪ବର୍ଷ ଧରି ମୋ ଉପରେ ଆକ୍ରମଣ କରିବା ନେଇ ଯୋଜନା ହୋଇ ଆସୁଥିଲା । ମାତ୍ର ଆମେରିକାବାସୀଙ୍କ ଭଲ ପାଇବା ମୋ ଜୀବନ ବଞ୍ଚାଇଛି। ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ଆମେରିକାରେ ଡ୍ରଗ୍ସ ଚୋରାଚାଲାଣକାରୀଙ୍କୁ ଆତଙ୍କବାଦୀ ଘୋଷଣା କରାଯିବ। ଅବୈଧ ପ୍ରବାସୀମାନଙ୍କୁ ବାହାର କରିଦିଆଯିବ। ଏହା ସହିତ ସେ ମେକ୍ସିକୋ ସୀମାରେ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଟ୍ରମ୍ପ ।

Comments are closed.