Latest Odisha News

BREAKING NEWS

ପୁରୀର ପ୍ରସିଦ୍ଧ ଅଙ୍ଗିରା ଆଶ୍ରମ: ଯେଉଁଠି ଋଷି ଅଙ୍ଗିରା କରୁଥିଲେ ତପସ୍ୟା !

ପୁରୀ: ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ପାରମ୍ପରିକ ମୂଲ୍ୟବୋଧରେ ପରିପୂର୍ଣ୍ଣ । ଏହା ସହିତ ଯାହା କିଛି ଜଡିତ ହୁଏ ତାହା ମଧ୍ୟ ଲୋକପ୍ରିୟ ହୋଇଯାଏ । ଶ୍ରୀକ୍ଷେତ୍ରରେ ଥିବା ୪ଟି ଆଶ୍ରମ ଏଥିରୁ କିପରି ବା ବାଦ୍ ପଡନ୍ତା । ପୁରୀ ମନ୍ଦିର ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ଏହି ଆଶ୍ରମଗୁଡିକ ହେଲା ଅଙ୍ଗିରା ଆଶ୍ରମ, ପାଣ୍ଡୁ ଆଶ୍ରମ, ମାର୍କଣ୍ଡେୟ ଆଶ୍ରମ ଓ ପରସରା(ଉଗ୍ରସେନା) ଆଶ୍ରମ । ଶ୍ରାବଣ ମାସରେ ନୃସିଂହ ଭଗବାନ ଏହି ୪ ଆଶ୍ରମକୁ ଶୀତଳ ଭୋଗ ଖାଇବାକୁ ଆସିଥାନ୍ତି । ଏହାକୁ ବଡି ନୃସିଂହ ବିଜେ ବୋଲି କୁହାଯାଏ । ଏହା ପରେ ମାର୍ଗଶୀର ମାସରେ ନୃସିଂହ ପୁନର୍ବାର ଆଶ୍ରମଗୁଡିକୁ ବିଜେ କରିଥାନ୍ତି ।

ପୁରୀରେ ବିଜୟ କୃଷ୍ଣ ଗୋସ୍ୱାମୀ ଆଶ୍ରମ, ଅଦ୍ୱେତ୍ ବ୍ରହ୍ମାଶ୍ରମ, ଓଁକାରନାଥ ଆଶ୍ରମ, କରାର ଆଶ୍ରମ, ଭାରତ ସେବାଶ୍ରମ ଆଶ୍ରମ, ପ୍ରଣବାନନ୍ଦ ଆଶ୍ରମ, ସତସଂଘ ଆଶ୍ରମ, ନିଗମାନନ୍ଦ ଆଶ୍ରମ, ଦିବ୍ୟଧାମ ଯୋଗାଶ୍ରମ ପ୍ରଭୃତି । ତେବେ ଏହି ଆଶ୍ରମ ଗୁଡିକ ଶ୍ରୀମନ୍ଦିର ସହିତ ସିଧାସଳଖ ଜଡିତ ନୁହନ୍ତି ।

ଅଙ୍ଗିରା ଆଶ୍ରମ:

ଏହି ଆଶ୍ରମ ବଡଦେଉଳର ପୂର୍ବଦିଗରେ ଥିବା ଦୋଳମଣ୍ଡପ ସାହିର ଜହ୍ନିମୁଣ୍ଡିଆ ଛକ ନିକଟରେ ଅବସ୍ଥାପିତ । ଏହି ମଣ୍ଡପଟି ଏବେ ପୋତି ହୋଇଯାଇ ଛୋଟିଆ ଚାନ୍ଦିନୀ ଆକାରର ହୋଇଯାଇଛି । ବହୁ ପ୍ରାଚୀନ ବର ଓ ଅଶ୍ୱତଥବୃକ୍ଷର ଯୁଗଳବନ୍ଦୀରେ ପରିବେଷ୍ଟିତ ଏହି ଆଶ୍ରମ ମଧ୍ୟରେ କେତେକ ଧ୍ୟାନ କକ୍ଷ ଥିଲା । ସେ ସମୟରେ ଋଷି ଅଙ୍ଗିରା ତାଙ୍କ ଶିଷ୍ୟମାନଙ୍କ ସହିତ ମହାପ୍ରଭୂଙ୍କ ଧ୍ୟାନ କରୁଥିଲେ । ନୁଆଁଣିଆ ବଖୁରିଏ ଘର ଏବଂ ଗୋଟିଏ ରୋଷେଇଘର ବଡଛତା ମଠ ତରଫରୁ ତିଆରି କରାଯାଇଛି । ସେଠାରେ ପ୍ରତିଦିନ ଖେଚୁଡି ଭୋଗ ତିଆରି କରାଯାଏ ।

ନୁଆଁଣିଆ ଘର ଭିରତକୁ ଅନାଇଲେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିହୁଏ । ଏହା ବ୍ୟତୀ୍ତ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମା ମଧ୍ୟ ରହିଛି । ଆଶ୍ରମର ପ୍ରବେଶ ପୂର୍ବରୁ ସପ୍ତର୍ଷି (ଅତ୍ରି, ଅଙ୍ଗିରା, ବଶିଷ୍ଠ, ମରୀଚ,କ୍ରତୁ, ପୁଲହ, ପୁଲସ୍ତ୍ୟ ଆଦିଙ୍କ ଚିତ୍ର ରହିଛି ।

ଆଶ୍ରମ ମଧ୍ୟରେ ଏକ କୂପ ଓ ଶିବଲିଙ୍ଗ ରହିଛି । ଆଶ୍ରମର ଗମ୍ଭୀରାରେ ଗରୁଡ କରଯୋଡ ମୁଦ୍ରାରେ ବିଦ୍ୟମାନ ହୋଇଛନ୍ତି । ରାକ୍ଷୀ ପୂଣ୍ଣରାକ୍ଷୀ ପୂର୍ଣ୍ଣିମା ର୍ତିିମା ତିଥିରେ ପୂର୍ବରୁ ଶ୍ରୀସୁଦର୍ଶନ ବିମାନରେ ବସିି ଏଠାରେ ପନ୍ତି ଖାଇବା ସହ ଆଶ୍ରମ ପରିକ୍ରମା କରିଥାନ୍ତି ।

ଏବେ ଏହାର ଚାରିପଟ ଅପରିସ୍କାର ପରିବେଶ ହେଇଥିବାରୁ ଆଉ ଏହିହ ଆଶ୍ରମ ପରିକ୍ରମା କରିଥାନ୍ତି । ଏବେ ଏହାର ଚାରିପଟ ଅପରିସ୍କାର ପରିବେଶ ହେଇଥିବାରୁ ଆଉ ଏହି ବିଧି ପାଳନ ହେଉ ନାହି ବିଧି ପାଳନ ହେଉ ନାହିଁ ।

Leave A Reply

Your email address will not be published.