Latest Odisha News

ରାଜ୍ୟସଭାରେ ପାରିତ ହେଲା ଏସପିଜି ବିଲ୍: କଂଗ୍ରେସ ସଦସ୍ୟଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: ଏବେ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ମଙ୍ଗଳବାର ଦିନ ରାଜ୍ୟସଭାରେ ଏସପିଜି (ସଂଶୋଧନ) ବିଧେୟକ, ୨୦୧୯ ପାରିତ ହୋଇଛି । ପୂର୍ବରୁ ଲୋକସଭାରେ ଏହି ବିଲଟି ପାରିତ ହୋଇସାରିଛି ।

ଏହି ବିଲଟି ରାଜ୍ୟସଭାରେ ପାରିତ ହେବା ସମୟରେ ସମସ୍ତ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ବିଲ୍ ପାଶ୍ ସମୟରେ ହୋଇଥିବା ଆଲୋଚନାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ ନାପସନ୍ଦ କରିଛି କଂଗ୍ରେସ ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ ଏହି ବିଲଟିକୁ ଆଗତ କରିଥିଲେ । ଏନେଇ ଆଲୋଚନା ପ୍ରସଙ୍ଗରେ ଅମିତ ଶାହ କହିଛନ୍ତି ଯେ, ଗାନ୍ଧୀ ପରିବାରକୁ ଲକ୍ଷ୍ୟ କରାଯାଇ ଏହି ବିଲଟି ଆଗତ କରାଯାଇନାହିଁ । ବରଂ ୧୩୦ କୋଟି ଜନସାଧାରଣଙ୍କ ସୁରକ୍ଷା ଦାୟିତ୍ୱ ସରକାରଙ୍କ ରହିଛି । କେଉଁ କାରଣରୁ ଏସପିଜିର ଆବଶ୍ୟକତା କେଉଁମାନେ କାହିଁକି ଚାହୁଁଛନ୍ତି ବୋଲି ଶ୍ରୀ ଶାହ ପ୍ରଶ୍ନ କରିଥିଲେ ।

ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, କେବଳ ସେପ୍ଟେମ୍ବର ମାସରେ ୨୩୯୪ ଜଣ ମଦ୍ୟପ ଚାଳକ ଗିରଫ ହୋଇଛନ୍ତି । ସେହିପରି ଭାବେ ଅକ୍ଟୋବର ମାସରେ ୩୪୬୨ ଜଣ ଏବଂ ୨୭୨୭ ଜଣ ମଦ୍ୟପ ଗାଡ଼ି ଚାଳକ ନଭେମ୍ବର ମାସରେ ଗିରଫ ହୋଇଛନ୍ତି ।

Leave A Reply

Your email address will not be published.