ନୂଆଦିଲ୍ଲୀ:ଭାରତୀୟ ଦଳର ଷ୍ଟାର ୱିକେଟକିପର ସଞ୍ଜୁ ସାମସନ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ପାଇଛନ୍ତି। କିନ୍ତୁ ସଞ୍ଜୁ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରୁ ବାଦ୍ ପଡିଛନ୍ତି । ଏଥିସହ ସେ ବିଜୟ ହଜାରେ ଟ୍ରଫି ପାଇଁ ମଧ୍ୟ କେରଳ ଦଳରେ ମନୋନୀତ ହୋଇନଥିଲେ। ବର୍ତ୍ତମାନ ସଞ୍ଜୁଙ୍କ ପିତା ବିଶ୍ୱନାଥ ଏହି ସବୁ ବିଷୟରେ ଏକ ଭାବପ୍ରବଣ ଇଣ୍ଟରଭ୍ୟୁ ଦେଇଛନ୍ତି।
ସେ ଗଣମାଧ୍ୟମ ସହିତ କଥା ହୋଇଥିଲେ ଏବଂ ଏହି ସମୟରେ ସେ କାନ୍ଦିବାକୁ ଲାଗିଲେ । ସଞ୍ଜୁଙ୍କ ପିତା କହିଛନ୍ତି ଯେ, ତାଙ୍କ ପୁଅଙ୍କ ବିରୋଧରେ ଷଡଯନ୍ତ୍ର ହୋଇପାରେ। ସେ କେରଳ କ୍ରିକେଟ୍ ଆସୋସିଏସନ୍ (କେସିଏ)ରେ ସୁରକ୍ଷିତ ନୁହେଁ ।
ସେ କହିଛନ୍ତି,ମୁଁ ଅନୁରୋଧ କରୁଛି, ଯଦି କୌଣସି ଆସୋସିଏସନ ମୋ ପିଲାକୁ ସୁଯୋଗ ଦିଅନ୍ତି, ତେବେ ମୁଁ କେରଳ ଛାଡିଦେବି। ମତେ ଡର ଲାଗୁଛି । ମୋ ପୁଅକୁ ଏମାନେ ବଦନାମ କରିଦେବେ ।
ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆମ ଦ୍ବାରା କୌଣସି ଭୁଲ ହୋଇଛି ତେବେ ସେ କେରଳ ଆସୋସିଏସନକୁ କ୍ଷମା ମାଗିବାକୁ ପ୍ରସ୍ତୁତ ଅଛନ୍ତି।
ସଞ୍ଜୁ ସାମସନ ବର୍ତ୍ତମାନ ସୁଦ୍ଧା ୧୬ଟି ଦିନିକିଆ ମ୍ୟାଚ ଖେଳି ୫୧୦ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧ ଶତକ ସାମିଲ ଅଛି ସେହିପରି ୩୫ଟି-୨୦ ମ୍ୟାଚ ଖେଳି ୮୧୦ ରନ୍ କରିଛନ୍ତି, ଯେଉଁଥିରେ ୩ଟିଶତକ ଓ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି ।
Comments are closed.