ଗଞ୍ଜାମ: ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ଗୁରୁଣ୍ଠି ଗ୍ରାମରୁ । ଶନିବାର ରାତିରେ ବୋହୁର ମୃତଦେହ ଉଦ୍ଧାର କରିଛି ପୋଲିସ । ନବ ବଧୂର ବେକରେ ରକ୍ତ ଲାଗି ଥିବାରୁ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣି ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ।
ଅନ୍ୟପଟେ ଶାଶୁ, ଶ୍ୱଶୁର, ନଣନ୍ଦ ଫେରାର ହୋଇଯାଇଛନ୍ତି । ଅଭିଯୋଗ ପାଇ ଖଲ୍ଲିକୋଟ ପୋଲିସ ଘଟଣାର ତଦନ୍ତ କରୁଛି ।
ଖବର ମୁତାବକ, ଗତ ୨୦୧୯ ମସିହାରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡ଼ିମିରିଆ ଗ୍ରାମର ନାରାୟଣ କୋଚିଆରୀଙ୍କ ଝିଅ ଆରତୀଙ୍କ ସହ ନୂତନ ଗୁରୁଣ୍ଠି ଗ୍ରାମ ନବୀନ ସାହୁଙ୍କ ପୁଅ ଭାଗ୍ୟଧର ସାହୁଙ୍କ ବିବାହ ହୋଇଥିଲା । ବର ପକ୍ଷରୁ ବିବାହ ସମୟରେ ଯାହା ଦାବି ରହିଥିଲା ନାରାୟଣ ସମସ୍ତ ଯୌତୁକ ଦେଇଥିଲେ । କିନ୍ତୁ ବିବାହର କିଛି ମାସ ପରେ ଅଧିକ ଯୌତୁକ ଦାବି କରି ବୋହୁ ଉପରେ ଶ୍ୱଶୁର ଘର ଲୋକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି ।
Comments are closed.