Latest Odisha News

BREAKING NEWS

୩ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ମେଟା

ନୂଆଦିଲ୍ଲୀ: ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ପାରେଣ୍ଟ କମ୍ପାନୀ ମେଟାରେ ପୁଣି ଥରେ ବଡ଼ ଧରଣର ଛଟେଇ ହେବାକୁ ଯାଉଛି।

ରିପୋର୍ଟ ଅନୁସାରେ, ସିଇଓ ମାର୍କ ଜୁକରବର୍ଗଙ୍କ ନେତୃତ୍ୱରେ କମ୍ପାନୀ ଆସନ୍ତା ସପ୍ତାହରେ ୩୬୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ସଜବାଜ ହେଉଛି।

ମେଟା ପକ୍ଷରୁ ନିକଟରେ ଘୋଷଣା କରାଯାଇଥିଲା ଯେ କମ୍ପାନୀରେ ଖରାପ ପ୍ରଦର୍ଶନ କରୁଥିବା ୫% କର୍ମଚାରୀଙ୍କୁ ଛଟେଇ କରାଯିବ।

ଅପରପକ୍ଷରେ ଆମେରିକା ସମେତ ଅନେକ ଦେଶରେ କର୍ମଚାରୀ ଛଟେଇ ପ୍ରକ୍ରିୟା ସୋମବାରରୁ ଆରମ୍ଭ ହେବ। ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଏବଂ ନେଦରଲ୍ୟାଣ୍ଡ ଭଳି ଦେଶରେ କୌଣସି ଛଟେଇ ହେବ ନାହିଁ। କାରଣ ସ୍ଥାନୀୟ ଶ୍ରମ ଆଇନ ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ପ୍ରଦାନ କରେନାହିଁ।

ସେହିପରି ୟୁରୋପ, ଏସିଆ ଏବଂ ଆଫ୍ରିକାର ଅନେକ ଦେଶରେ ଫେବୃଆରୀ ୧୧ରୁ ୧୮ ମଧ୍ୟରେ କର୍ମଚାରୀମାନଙ୍କୁ ଛଟେଇ ନେଇ ନୋଟିସ ପଠାଯିବ।

Comments are closed.