ଭୁବନେଶ୍ବର: ଟ୍ରେଣ୍ଡରେ ଆଜିକାଲି ସବୁ ବାୟା । ଏବେ ଦେଖିଥିବେ ଅନେକ ମହିଳା, ଯୁବକ ଓ ଯୁବତୀଙ୍କୁ ପାଦ କିମ୍ବା ହାତରେ ପତଳା କଳା ସୂତା ବାନ୍ଧିଥିବେ। କିନ୍ତୁ ଆପଣ ଜାଣନ୍ତି କି ପାଦରେ କଳା ସୂତା ବାନ୍ଧିବା ଠିକ୍ କି ନାହିଁ। ଆସନ୍ତୁ ଜାଣିବା ହିନ୍ଦୁ ରୀତି ଅନୁସାରେ ଶରୀରର କେଉଁ ଅଙ୍ଗରେ କଳା ସୂତା ବାନ୍ଧିଲେ ଶୁଭ ..
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଦରେ କଳା ସୂତା ବାନ୍ଧିବା ଆଦୌ ଠିକ୍ ନୁହେଁ। ହିନ୍ଦୁ ଧର୍ମରେ କଳା ସୂତାକୁ ରକ୍ଷା ସୂତ୍ର ବୋଲି ବିବେଚନା କରାଯାଏ। ତେଣୁ କଳା ସୂତା ପାଦରେ ବାନ୍ଧିଲେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଏଥିସହ ପାଦରେ କଳା ସୂତା ବାନ୍ଧିଲେ ଶନିଙ୍କ ଖରାପ ପ୍ରଭାବ ପଡ଼ିଥାଏ।
ସେହିପରି ବେକରେ କଳା ସୂତା ଖାଲି ବାନ୍ଧନ୍ତୁ ନାହିଁ, ଯେକୌଣସି ପ୍ରକାର ରୂପାର କିମ୍ବା ରତ୍ନପଥର ଲକେଟ୍ ପକାଇ ପିନ୍ଧନ୍ତୁ। ସେହିପରି ମହିଳାମାନେ ବାମ ହାତରେ ଓ ପୁରୁଷମାନେ ଡାହାଣ ହାତରେ କଳା ସୂତା ବାନ୍ଧିବା ଉଚିତ୍। କଳା ସୂତା ବାନ୍ଧିବା ଦ୍ୱାରା ଖରାପ ଦୃଷ୍ଟି ତଥା ନକାରାତ୍ମକ ଶକ୍ତିଠାରୁରକ୍ଷା ପାଇବେ।
ଆହୁରି ମଧ୍ୟ ଜ୍ୟୋତିଷଙ୍କ ମତରେ ପାଦ ବଦଳରେ ଅଣ୍ଟାରେ କଳା ସୂତା ବାନ୍ଧିବା ଅତ୍ୟନ୍ତ ଶୁଭଦାୟକ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅଣ୍ଟାରେ କଳା ସୂତା ପିନ୍ଧୁଥିଲେ ବୋଲି କୁହାଯାଏ। ଅଣ୍ଟାରେ କଳା ସୂତା ବାନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହେ ଓ ମେରୁଦଣ୍ଡ ମଧ୍ୟ ମଜବୁତ ହୁଏ ।
Comments are closed.