Latest Odisha News

BREAKING NEWS

କାହିଁକି କେଶ କାଟନ୍ତିନି ନାଗା ସାଧୁ ?

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ମହା ଆୟୋଜନ। କୁମ୍ଭ ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ନାଗା ସାଧୁ। ନାଗା ସାଧୁଙ୍କୁ ଦେଖିବାକୁ ଓ ସେମାନଙ୍କ ଜୀବନ ରହସ୍ୟ ଜାଣିବାକୁ ସମସ୍ତଙ୍କ ମନରେ ବେଶ ଆଗ୍ରହ। ସେହିପରି ନାଗା ସାଧୁଙ୍କ କେଶ ସେମାନଙ୍କ ପ୍ରତି ଆକର୍ଷଣର ମାଧ୍ୟମ ବୋଲି କୁହାଯାଏ। ହେଲେ ଆପଣ ଜାଣନ୍ତି କି, ନାଗା ସାଧୁ କାହିଁକି କାଟନ୍ତିନି କେଶ ? କାହିଁକି ସେମାନେ କେଶକୁ ବଢାଇବାରେ ଲାଗିଥାନ୍ତି ?

କେଶ କାଟିବାକୁ ନେଇ ନାଗା ସାଧୁମାନେ ଏକ ଭିନ୍ନ ବିଶ୍ଵାସ ରଖିଥାନ୍ତି। କେଶ ନକାଟିଲେ ପାରିବାରିକ ବନ୍ଧନରୁ ମୁକ୍ତି ହେବା ନେଇ ସେମାନେ ଭାବିଥାନ୍ତି। ଏହାକୁ ସେମାନେ ଭୌତିକ ସୁଖ ତ୍ୟାଗ କରିବାର ମାଧ୍ୟମ ଭାବରେ ମାନନ୍ତି । ଅନ୍ୟପଟେ କେଶ ନକାଟିବା ନାଗା ସାଧୁମାନଙ୍କର ତପସ୍ୟା ଓ ସାଧନାର ମୂଳ ଅଂଶ ବୋଲି କୁହାଯାଏ।

ନାଗା ସାଧୁମାନେ ଭଗବାନ ଶିବଙ୍କର ଉପାସକ ହୋଇଥାନ୍ତି। ସେମାନେ ଭଗବାନଙ୍କୁ ଖୁସି କରିବାକୁ ନିଜର କେଶ କାଟି ନଥାନ୍ତି। କେଶ କାଟିବା ଦ୍ବାରା ଭଗବାନ ଶିବ ଅସନ୍ତୁଷ୍ଟ ହେବା, ସେମାନେ ବିଶ୍ଵାସ କରନ୍ତି। ଯଦି କୌଣସି ନାଗା ସାଧୁ କେଶ କଟନ୍ତି, ତେବେ ତାଙ୍କ ତପସ୍ୟା ଅଧା ରହିଥାଏ ବୋଲି କୁହାଯାଏ।

ନାଗା ସାଧୁ ବନିବାର ପ୍ରକ୍ରିୟା ଅତ୍ୟନ୍ତ କଠିନ। ଏହି ପ୍ରକ୍ରିୟା ପାଇଁ ୧୨ ବର୍ଷ ସମୟ ଲାଗିଥାଏ। ଜଣେ ବ୍ୟକ୍ତି ନାଗା ସାଧୁରେ ପରିଣତ ହେବାକୁ ହେଲେ ଏହାର ୩ଟି ପର୍ଯ୍ୟାୟ ରହିଛି। ପ୍ରଥମ ପର୍ଯ୍ୟାୟକୁ ମହାପୁରୁଷ, ଦ୍ଵିତୀୟ ପର୍ଯ୍ୟାୟକୁ ଅବଧୂତ ଓ ତୃତୀୟ ପର୍ଯ୍ୟାୟକୁ ଦିଗମ୍ବର କୁହାଯାଏ। ଜଣେ ବ୍ୟକ୍ତି ନାଗା ସାଧୁ ହେବାକୁ ଚାହିଁଲେ ପ୍ରଥମେ ତାଙ୍କର କେଶ କଟା ଯାଇଥାଏ। ଏହାପରେ ସେମାନେ କେବେ ହେଲେ ନିଜର କେଶ କାଟିନଥାନ୍ତି। ଏହା ସେମାନଙ୍କ ଈଶ୍ବର ବିଶ୍ଵାସ ସହିତ ତପସ୍ୟାର ପରିଚୟ ବୋଲି କୁହାଯାଏ।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.