ଭୁବନେଶ୍ଵର: ଆଜି ବଜେଟ ଅଧିବେଶନର ତୃତୀୟ ଦିନରେ ବି ବିରୋଧୀଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି। କାଲି ପରି ଆଜି ମଧ୍ୟ ଗୃହ ଆରମ୍ଭରୁ ହିଁ ବିଧିଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରିଲାନାହିଁ। ଫଳରେ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି।
ତେବେ ଆଜି ତୃତୀୟ ଦିନରେ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗରେ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରବଳ ହଟ୍ଟଗୋଳ କରିଥିଲେ। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ କଂଗ୍ରେସ ହୋହଲ୍ଲା କରିଥିବା ବେଳେ ଚାଷୀ ସମସ୍ୟା ପ୍ରସଙ୍ଗରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ କରିଥିଲେ। ଫଳରେ ଗୋଟିଏ ମିନିଟ୍ ବି ଗୃହ ଚାଲି ପାରିନଥିଲା।
Comments are closed.