ଭୁବନେଶ୍ୱର: ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବଜେଟରେ ଓଡ଼ିଆ ଅସ୍ମିତା ପାଇଁ ବ୍ୟୟ ବରାଦ କରାଯାଇଛି । ଆଗାମୀ ଆର୍ଥିକ ବର୍ଷ ପାଇଁ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୪୮୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।
ସେହିପରି ଐତିହ୍ୟସ୍ଥଳର ସୁରକ୍ଷା ପାଇଁ ୧୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବକୁଳ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗଠନ ପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ମହାପୁରୁଷ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତି ତାଙ୍କର ଜନ୍ମଭୂମିରେ ପ୍ରତିଷ୍ଠା ପାଇଁ ୧୦ କୋଟି ଟଙ୍କା ଅଟକଳ ରଖାଯାଇଛି ।
ସେହିପରି ପଠାଣୀ ସାମନ୍ତଙ୍କ ସ୍ମୁତିରେ ତାଙ୍କ ଜନ୍ମପୀଠରେ ଏକ ପ୍ଲାନେଟାରିୟମ ପ୍ରତିଷ୍ଠା କରାଯିବ । ରାଜ୍ୟର ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ୨୦୨୫ ଜାନୁଆରୀରୁ ମାସିକ ୩୦ ହଜାର ଟଙ୍କା ପ୍ରଦାନ କରାଯିବ। ପ୍ରଥମ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ବାରା ଲିଖିତ ପୁସ୍ତକଗୁଡ଼ିକର ପୁନଃ ପ୍ରକାଶ କରିବ । ସ୍ବାଧୀନତା ସଂଗ୍ରାମୀ ଧରଣୀଧର ନାଏକଙ୍କ ଜନ୍ମସ୍ଥଳୀରେ ସ୍ମାରକୀ ନିର୍ମାଣ କରାଯିବ ।
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୧୯୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି । ସାଂସ୍କୃତି ଅନୁଷ୍ଠାନକୁ ଅନୁଦାନ ବାବଦକୁ ୭୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
Comments are closed.