ନୂଆଦିଲ୍ଲୀ:ଚଳିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ )ରେ ଷ୍ଟମ୍ପ ବେଲ୍ କୁ ନେଇ ନିୟମ ପରିବର୍ତ୍ତନ କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଗତ ଶନିବାର ଅନୁଷ୍ଠିତ ମ୍ୟାଚ ସମୟରେ ରନ ଆଉଟ୍ କୁ ନେଇ ବିବାଦ ହୋଇଥିଲା । ଏହାପରେ ମହିଳା ପ୍ରିମିୟର ଲିଗ୍ ରେ ଏଲଇଡି ବେଲ୍ କୁ ନେଇ ନିୟମ ବଦଳାଯାଇଛି ।
ଏଣିକି ଓ୍ବିକେଟ ଉପରୁ ବେଲ୍ ସମ୍ପୂର୍ଣ୍ଣ ରୂପେ ନଉଠିବୀ ପର୍ଯ୍ୟନ୍ତ ବ୍ୟାଟରଙ୍କ ବିପକ୍ଷରେ ରନ୍ ଆଉଟ୍ ଅବା ଷ୍ଟମ୍ପ ଆଉଟ୍ ନିଷ୍ପତ୍ତି ନିଆଯିବ ନାହିଁ ।
ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପିଟାଲ ମ୍ୟାଚରେ ୩ଟି ରନ୍ ଆଉଟ୍ ଅପିଲ ଓ ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥର ଡବ୍ଲୁପିଏଲରେ ଦେଖିବାକୁ ମିଳିଥିଲା ଏଲ୍ଇଡି ବେଲ୍ ନିଜର ସ୍ଥାନରୁ ହଟିବା ବିନା ଲାଇଟ୍ ଜଳୁଛି । ତେଣୁ ଆୟୋଜକ ନିୟମରେ ପରିବର୍ତ୍ତନ କରିଛନ୍ତି । ବେଲ୍ ସମ୍ପୂର୍ଣ୍ଣ ରୂପେ ଓ୍ବିକେଟରୁ ଛାଡିବ ସେତେବେଳେ ହିଁ ଆଉଟ୍ ବୋଲି ଧରାଯିବ ।
ପୂର୍ବ ନିୟମ ଅନୁସାରେ ଏଲ୍ଇଡି ବେଲ୍ ରେ ଲାଇଟ୍ ଜଳିବା କ୍ଷଣି ହିଁ ଆଉଟ୍ ଧରାଯାଉଥିଲା ।
Comments are closed.