ଭୁବନେଶ୍ବର: ରାଜ୍ୟରେ ଆଉ ୫୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ଯେଉଁସବୁ ବହୁମୁଖୀ ଆଶ୍ରୟ ସ୍ଥଳୀ ରହିଛି ସେଗୁଡିକର ମରାମତି ମଧ୍ୟ କରାଯିବ । ଏନେଇ ଆଜି ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କିଛି ଏପରି ଉତ୍ତର ରଖିଛନ୍ତି ।
ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟରେ ଆହୁରି ୫୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ । ଏଥିସହିତ ୮୧୨ ବହୁମୁଖୀ ଆଶ୍ରୟସ୍ଥଳୀର ମରାମତି ହେବ । ଏଥିପାଇଁ ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି । ଏନେଇ ଖୁବଶୀଘ୍ର କାମ ହେବ ।
ଆହୁରି ମଧ୍ୟ ଏହାକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ବିଗତ ସରକାର ଖାଲି ଘୋଷଣା କରି ଆମ ପାଇଁକି ଛାଡି ଦେଇଥିଲେ । ଆମ ସରକାର ଏବେ ଏ ସମସ୍ତ ପ୍ରତିଶ୍ରୁତି ପୂରଣ କରିବ ।
Comments are closed.