Latest Odisha News

ବଢୁଛି ଉଦିତ ନାରାୟଣଙ୍କ ଅଡୁଆ, ମାମଲା ରୁଜୁ କଲେ ପ୍ରଥମ ସ୍ତ୍ରୀ

ମୁମ୍ବାଇ: ଉଦିତ ନାରାୟଣ ତାଙ୍କର ସୁମଧୁର କଣ୍ଠସ୍ୱର ଯୋଗୁଁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସଙ୍ଗୀତର ଯାଦୁରେ ଦର୍ଶକଙ୍କୁ କିମିଆ କରୁଥିବା ଉଦିତଙ୍କ ସମସ୍ୟା କମିବାର ନାଁ ନେଉନି।

ଉଦିତ ନାରାୟଣ ନିକଟରେ ଭାଇରାଲ ହୋଇଥିବା ତାଙ୍କର ଚୁମ୍ବନ ଭିଡିଓ ଯୋଗୁଁ ଖବରରେ ଥିଲେ। ଯେଉଁଥିପାଇଁ ତାଙ୍କୁ ବହୁତ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ପୁଣିଥରେ ସେ ବିବାଦକୁ ଆସିଛନ୍ତି କାରଣ ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ତାଙ୍କ ବିରୁଦ୍ଧରେ ଭରଣପୋଷଣ ମାମଲା ଦାୟର କରିଛନ୍ତି।

ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀ ରଞ୍ଜନା ଝା ତାଙ୍କ ବିରୁଦ୍ଧରେ ସମ୍ପତ୍ତିକୁ ବେଆଇନ ଭାବରେ ହଡ଼ପ କରିଥିବା ଅଭିଯୋଗ କରିଛନ୍ତି। ୨୧ ଫେବୃଆରୀ ୨୦୨୫ରେ ଉଦିତ ନାରାୟଣ ସୁପୌଲ ପରିବାର କୋର୍ଟରେ ହାଜର ହୋଇଥିଲା ବେଳେ ମାମଲାର ସମାଧାନ କରିବାକୁ ମନା କରିଦେଇଥିଲେ। ରିପୋର୍ଟ ଅନୁଯାୟୀ, ପୂର୍ବରୁ ତାଙ୍କ ବିରୋଧରେ ବିହାର ମହିଳା କମିଶନରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା। ଯାହାର ଆପୋଷ ବୁଝାମଣା ହୋଇଥିଲା।

Comments are closed.