ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ବିରାଟ କୋହଲିଙ୍କ ଆକର୍ଷଣୀୟ ଅପରାଜିତ ଶତକ ବଳରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ମ୍ୟାଚ ଅବସରରେ କୋହଲି ଏକ ଫିଟନେସ ବ୍ୟାଣ୍ଡ ପିନ୍ଧିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏହି ହୁପ କମ୍ପାନୀର ଏହି ଦାମୀ ବ୍ୟାଣ୍ଡ ବିଶ୍ୱର ଅନେକ ପ୍ରତିଷ୍ଠିତ ଖେଳାଳି ପିନ୍ଧିଥାନ୍ତି । ୨୦୧୨ରେ ଏହାର ସ୍ଥାପନା ହୋଇଥିଲା । ୨୦୧୫ରେ କମ୍ପାନୀ ପ୍ରଥମ ପ୍ରଡକ୍ଟ ବାହାର କରିଥିଲା । ୨୦୨୩ରେ ଏହାର ଦ୍ୱିତୀୟ ଭର୍ସନ ମାର୍କେଟକୁ ଆସିଛି ।
ଏହି ବ୍ୟାଣ୍ଡ ପରିଧାନ କଲେ ଜଣେ ଖେଳାଳିର ଷ୍ଟେପ୍ସ, କ୍ୟାଲୋରୀ, ହାର୍ଟ ରେଟ, ସ୍ଲିପ କ୍ୱାଲିଟି ସବୁ କିଛି ଜଣାପଡି ଯାଇଥାଏ । ଶରୀରର କୌଣସି ସ୍ୱାସ୍ଥ୍ୟାବସ୍ଥା ପରିବର୍ତନ ଉପରେ ଏହି ବ୍ୟାଣ୍ଡ ନଜର ରଖିଥାଏ । ଏହି ବ୍ୟାଣ୍ଡର ସବସ୍କ୍ରିପଶନ ମୂଲ୍ୟ ୨୬,୯୯୦ ଟଙ୍କା ରହିଛି । କୋହଲିଙ୍କ ହାତରେ ଏହି ବ୍ୟାଣ୍ଡ ଦେଖିବା ପରେ ପ୍ରଶଂସକଙ୍କର ଏଥିପ୍ରତି ଆଗ୍ରହ ବୃଦ୍ଧି ପାଇଛି । ଯାହାକି ପରୋକ୍ଷରେ କମ୍ପାନୀକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ୭ କୋଟି ଟଙ୍କା ମୂଲ୍ୟର ଦାମୀ ଘଂଟା ପିନ୍ଧି ଚର୍ଚ୍ଚାକୁ ଆସିଥିଲେ ।
Comments are closed.