Latest Odisha News

BREAKING NEWS

ପ୍ରେମିକା ସହ ନିଜ ପରିବାରର ୫ ଜଣଙ୍କୁ ଚାପଡରେ ହାଣିଲା ଯୁବକ

ଥିରୁବନନ୍ତପୁରମ୍‌: କେରଳ ଥିରୁବନନ୍ତପୁରମ୍‌ରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ପ୍ରେମିକା ସହ ନିଜ ପରିବାରର ୫ ଜଣଙ୍କୁ ହତ୍ୟା କଲା ଯୁବକ। ହାମର ସହ ଚାପଡରେ ହାଣି ମାରିଲା ୨୩ ବର୍ଷୀୟ ଯୁବକ। ନିଜ ମା’, ବୁଢ଼ିମା, ନାବାଳକ ଭାଇ, ଦାଦା, ଉଭଣୀ ସହ ପ୍ରେମିକାକୁ ହତ୍ୟା କଲା ଯୁବକ।

ହତ୍ୟା ପରେ ଥାନାରେ ଯୁବକ ଆତ୍ମସମର୍ପଣ କରିଛି। ବ୍ୟବସାୟରେ ଘାଟା ଯୋଗୁଁ ଅତ୍ୟଧିକ ଋଣ କରିଥିଲା ଯୁବକ। ଋଣ ସୁଝିବାକୁ ପରିବାର ଲୋକେ ରାଜି ହୋଇନଥିବାରୁ ହତ୍ୟା କରିଥିବା କହିଲା ଯୁବକ। ଥାନାକୁ ଯାଅ ବିଭତ୍ସ, ଭୟଙ୍କର, ଲୋମଟାଙ୍କୁରା ଘଟଣା ବର୍ଣ୍ଣନା କଲା ହତ୍ୟାକାରୀ ଯୁବକ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଯୁବକଙ୍କ ମାଆଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ସେ ଚିକିତ୍ସାଧୀନ ଅଛନ୍ତି ।

ମୃତ ୫ ଜଣ ହେଲେ ଅଭିଯୁକ୍ତ ଅଫାନଙ୍କ ୧୩ ବର୍ଷୀୟ ଭାଇ ଅହସାନ, ଜେଜେମାଆ ସଲମା ବିବି, ତାଙ୍କ ଦାଦା ଲତିଫ, ଖୁଡି ସାହିହା ଓ ପ୍ରେମିକା ଫର୍ସାନା। ଅଫାନଙ୍କ ମାଆ ଗୁରୁତର ଅଛନ୍ତି ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜୀବନ ମରଣ ସହ ଲଢୁଛନ୍ତି। ଅଭିଯୁକ୍ତ ଅଫାନ ବିଭତ୍ସ ହତ୍ୟାକାଣ୍ଡ ଘଟାଇବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ୬ ଜଣଙ୍କୁ ହତ୍ୟା କରିବା ସହ ସେ ବିଷ ପିଇଥିବା ପୋଲିସକୁ କହିଛନ୍ତି। ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ଋଣ ସୁଝି ନପାରିବାରୁ ଏମିତି କରିଥିବା କୁହାଯାଉଛି।

Comments are closed.