Latest Odisha News

BREAKING NEWS

ଘରେ ସୂର୍ଯ୍ୟ କିରଣ ପଡିବା ଜରୁରୀ !

ଭୁବନେଶ୍ବର: ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ତେଣୁ ସୂର୍ଯ୍ୟ କିରଣ ଘରେ ପଡିବା ଜରୁରୀ । ବାସ୍ତୁଶାସ୍ତ୍ରରେ ଅନ୍ୟ ଗ୍ରହଙ୍କ ଅପେକ୍ଷା ସୂର୍ଯ୍ୟଙ୍କୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି।

ବାସ୍ତୁଶାସ୍ତ୍ରଙ୍କ ମତରେ ଗୃହର ନିର୍ମାଣ ଏହିପରି ହେବା ଦରକାର ଯେମିତି ସୂର୍ଯ୍ୟଙ୍କ କିରଣ ଘରେ ପ୍ରବେଶ କରୁଥିବ। ରୋଷେଇ ଗୃହର ନିର୍ମାଣକୁ ଅଗ୍ନିକୋଣରେ ଏଥିପାଇଁ ନିର୍ମାଣ କରାଯାଇଥାଏ ଯାହାଦ୍ୱାରା ରୋଷେଇ ସମୟରେ ସକାଳର ସୂର୍ଯ୍ୟଙ୍କ କିରଣ ରୋଷେଇ ଘରେ ପଡିପାରିବ । ତେଣୁ ନିୟମ ରହିଛି ପୂର୍ବକୁ ମୁଖ କରି ରୋଷେଇ କାର୍ଯ୍ୟ କରିବା କଥା ।

ପୂର୍ବ ପଟରେ ଯଥା ସମ୍ଭବ ଅଧିକ ଝରକା ରଖିବା ଭଲ। ଏହି ଦିଗରେ ବଡ଼ ଗଛଥିଲେ ଏହାକୁ କାଟି ସୂର୍ଯ୍ୟାଲୋକ ପ୍ରବେଶ ପାଇଁ ବ୍ୟବସ୍ଥା କରନ୍ତୁ । ଏଥିସହ କୂଅ,ନଳକୂଅ, ଜଳାଶୟ ଆଦି ପୂର୍ବ, ଉତ୍ତର କିମ୍ବା ଉତ୍ତର-ପୂର୍ବ କୋଣରେ ରହି ଶୁଭଫଳ ମିଳିଥାଏ।

ସ୍ନାନବେଳେ ସୂର୍ଯ୍ୟଙ୍କ କିରଣ ଶରୀର ଉପରେ ପଡିଲେ ସ୍ୱାସ୍ଥ୍ୟ ପାଇଁ ଭଲ । ଯଦି ପୂର୍ବପଟରେ ଗାଧୁଆ ଘର କରାଯାଇ ବଡ଼ ସ୍କାଇଲାଇଟ୍ ଲଗାଯାଏ ସୂର୍ଯ୍ୟ କିରଣର କିଛି ମାତ୍ରା ଗାଧୁଆ ଘରକୁ ଆସିବ । କିନ୍ତୁ ଆଜିକାଲି ଶୌଚାଳୟ ଗାଧୁଆ ଘର ସହିତ ମିଶିକି କରାଯାଉଛି। ଏନେଇ ଏହା ପୂର୍ବ ଦିଗରେ କରାଯାଇ ପାରୁନି।

Comments are closed.