Latest Odisha News

BREAKING NEWS

ଜୀବନ ହାରିଲେ ଆଉ ଜଣେ ଅତୁଲ, ସହି ପାରିଲେନି ସ୍ତ୍ରୀର ନିର୍ଯାତନା

ଆଗ୍ରା: ଜୀବନ ହାରିଲେ ଆଉ ଜଣେ ଅତୁଲ। ବେଙ୍ଗାଲୁରୁ ପରେ ଏବେ ଆଗ୍ରା। ସହି ପାରିଲେନି ସ୍ତ୍ରୀର ନିର୍ଯାତନା। ବାପା ମାଆଙ୍କୁ କ୍ଷମା ମାଗି ଆତ୍ମହତ୍ୟା କଲେ ଆଇଟି କର୍ମଚାରୀ। ବେଙ୍ଗୁଲୁରୁର ବହୁ ଚର୍ଚ୍ଚିତ ଅତୁଲ ସୁଭାଷଙ୍କ ପରି ଉତ୍ତରପ୍ରଦେଶର ଆଗ୍ରାରୁ ସମାନ ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଆଲୋଡନ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ ଆଗ୍ରାର ଡିଫେନ୍ସ କଲୋନୀରେ ମାନବ ଶର୍ମାଙ୍କ ଘର। ତାଙ୍କର ବୟସ ୨୫ ବର୍ଷ। ସେ ଆଇଟି କମ୍ପାନୀ ଟିସିଏସ୍‌ର ରିକ୍ୟୁଟମେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଗତ ୨୪ ତାରିଖରେ ବେକରେ ଫାଶୀ ଲଗାଇ ଜୀବନ ହାରିଛନ୍ତି ମାନବ। ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛନ୍ତି।

ସୋସିଆଲ ମିଡିଆରେ ୬ ମିନିଟ୍ ୫୬ ସେକେଣ୍ଡର ଏକ ଭିଡଓ ସେୟାର କରିଛନ୍ତି ମାନବ ଶର୍ମା। ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେବା ପରେ ଭିଡିଓରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ପରିବାର ସହ ବାପା ମାଆଙ୍କୁ କ୍ଷମା ମାଗି କହିଛନ୍ତି,’ମୁଁ ଯିବା ପରେ ସବୁ ଠିକ୍ ହୋଇଯିବ। ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲି। ଏବେ ପତ୍ନୀ ନିର୍ଯାତନା ଅତିଷ୍ଠ ହେଲାଣି। ଆଉ ସହି ପାରୁନି। ଦୟା କରି କେହି ତ ପୁରୁଷଙ୍କ ପାଇଁ ସ୍ବର ଉଠାଅ। ସେମାନେ ଏକୁଟିଆ ପଡିଯାଇଛନ୍ତି। ପୁରୁଷଙ୍କ ସୁରକ୍ଷା ପାଇଁ ଆଇନ୍ ଆସିବା ଦରକାର। ନଚେତ୍ ଏମିତି ସମୟ ଆସିବ କେହି ପୁରୁଷ ବଞ୍ଚିବେ ନାହିଁ। ମୁଁ ଯିବାକୁ ଚାହୁଁଛି। ମୋ ସ୍ତ୍ରୀର ଅନ୍ୟ ଜଣଙ୍କ ସହ ସମ୍ପର୍କ ଅଛି। ମୋ ପାଇଁ ବିଚାର କରାଯାଉ।’

ଏହି ଭିଡିରେ ସେ ଲୁହ ଛଳ ଛଳ ଆଖିରେ ନିଜ ମନ କଥା କହି ବେକରେ ରଶି ଲଗାଇଥିବା ଦେଖିବାକୁ ମିଳିଛି। ମାନବଙ୍କର ଏପରି ମୃତ୍ୟୁ ମନେ ପକାଇ ଦେଇଛି ବେଙ୍ଗାଲୁରୁର ଅତୁଲ ସୁଭାଷଙ୍କ କଥା। ଗତବର୍ଷ ଠିକ୍ ଏମିତି ଜଣେ ନିର୍ଯାତିତ ସ୍ବାମୀ ଆଇଟି ଇଞ୍ଜିନିୟର ଅତୁଲ ସୁଭାଷ ଭିଡିଓ ସେୟାର କରି ଆଇନ ଉପରେ ପ୍ରଶ୍ନ ଉଠାଇ ଜୀବନ ହାରିଥିଲେ।

 

Comments are closed.