ଭୁବନେଶ୍ବର: ଶୁକ୍ରବାର ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ବଦଳିଲେ ଭୁବନେଶ୍ବର ଓ କଟକ ଡିସିପି। କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ମିଳିଛି। ସେହିଭଳି ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବରର ଡିସିପି ରହିଥିବା ପିନାକ ମିଶ୍ରଙ୍କୁ ତାଙ୍କ ସ୍ଥାନରୁ ବଦଳି କରାଯାଇଛି। ପିନାକଙ୍କୁ ଏସଟିଏଫ ଡିଜି ଭାବେ ନିଯୁକ୍ତି ମିଳିଛି।
ଏହା ବ୍ୟତୀତ ରାଜ୍ୟ ମାନବାଧିକାର କମିଶନର ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଏସ୍.ଏମ୍. ନରୱାଣେ। ଅତିରିକ୍ତ ପୋଲିସ କମିଶନର ଭାବେ ନରସିଂହ ଭୋଳଙ୍କୁ ଦାୟିତ୍ବ ଦିଆଯାଇଛି। ନରସିଂହ ପୂର୍ବରୁ ଅବକାରୀ କମିଶନର ରହିଥିଲେ।
ଜୟନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗର ଆଇଜିପି ଭାବରେ ନିଯୁକ୍ତି ଦିଆଯାଇଛି। ଆଇଜିପି ଅପରେସନ ରହିଛନ୍ତି ଦୀପକ କୁମାର।
ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି ସିବିର ଆଇଜିପି ଭାବେ ବଦଳି କରାଯାଇଛି। ନୀତି ଶେଖର ହେଲେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି। ଉମା ଶଙ୍କର ଦାଶଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗ ଡିଆଇଜି ଦାୟିତ୍ବ। ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ହେଲେ ଅଖିଳେଶ୍ବର ସିଂ। ଚରଣ ସିଂ ମୀନାଙ୍କୁ ଡିଆଇଜି ପ୍ରୋଭିଜନିଂ ଭାବେ ବଦଳି କରାଯାଇଛି।
ସେହିପରି ବି ଗଙ୍ଗାଧରଙ୍କୁ କ୍ରାଇମବ୍ରାଞ୍ଚ ଡିଆଇଜି ନିଯୁକ୍ତ କରାଯାଇଛି। କଳାହାଣ୍ଡି ଏସପି ଅଭିଳାଷ ଜିଙ୍କୁ ବଲାଙ୍ଗୀର ଏସପି ଭାବେ ବଦଳି କରାଯାଇଛି। ବୌଦ୍ଧ ଏସପି ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏସପି ଭାବେ ବଦଳି କରାଯାଇଛି। କଟକ ରେଳବାଇ ଏସପି ରାହୁଲ ଗୋଏଲଙ୍କୁ ବୌଦ୍ଧ ଜିଲ୍ଲା ଏସପି ଭାବେ ବଦଳି କରାଯାଇଛି।
Comments are closed.