Latest Odisha News

BREAKING NEWS

ଜାଣନ୍ତୁ ଫିନଲାଣ୍ଡର ମହିଳା ପ୍ରଧାନମନ୍ତ୍ରୀ ସନା ମାରିନଙ୍କୁ, ତାଙ୍କ ନାମରେ ରହିଛି କେଉଁ ରେକର୍ଡ…

ଫିନଲାଣ୍ଡର ଡେମୋକ୍ରାଟିକ ପାର୍ଟି ରବିବାର ଦିନ ବିଶ୍ୱର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଚୟନ କରିଛି । ଫିନଲାଣ୍ଡର ପୂର୍ବତନ ପରିବହନ ମନ୍ତ୍ରୀ ୩୪ ବର୍ଷୀୟା ସନା ମାରିନ ବର୍ତ୍ତମାନ ବିଶ୍ଵର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଫିନଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଡେମୋକ୍ରୋଟିକ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଏଣ୍ଟି ରିନେ ଦେଶରେ ପାଞ୍ଚଟି ଦଳର ମେଣ୍ଟରେ ସରକାର ଚଳାଉଥିଲେ ।

ମାତ୍ର ଏଣ୍ଟି ରିନେଙ୍କ ନୀତି ବିରୋଧରେ ଦେଶରେ ଦୀର୍ଘଦିନ ହେବ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା । ୭୦୦ଡାକ କର୍ମଚାରୀଙ୍କ ଅଚାନକ ଦରମା ବନ୍ଦ କରିବା ଯୋଗୁଁ ସହଯୋଗୀ ଦଳମାନେ ଏଣ୍ଟି ରିନେଙ୍କୁ ଦେଇଥିବା ସମର୍ଥନ ଫେରାଇନେଇଥିଲେ ।

ଏହାପରେ ଡିସେମ୍ବର ୩ ତାରିଖରେ ପୁନଃ ନିର୍ବାଚନ ହୋଇଥିଲା । ଏଥିରେ ସନା ମାରିନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.